୭୬ବର୍ଷରେ ପାଦ ଦେଲେ ଭେଟେରାନ୍‌ ଅଭିନେତା ପ୍ରଶାନ୍ତ ନନ୍ଦ

୭୬ବର୍ଷରେ ପାଦ ଦେଲେ ଭେଟେରାନ୍‌ ଅଭିନେତା ପ୍ରଶାନ୍ତ ନନ୍ଦ

ଭୁବନେଶ୍ୱର : ଭେଟେରାନ୍‌ ଅଭିନେତା ପ୍ରଶାନ୍ତ ନନ୍ଦ, କେତେବେଳେ ସେ ଅଭିନେତା ତ କେତେବେଳେ ନେତା । ଅଭିନେତା ସହ ନିର୍ଦ୍ଦେଶକ, ଲେଖକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ କହିଲେ ଭୁଲ ହେବ ନାହିଁ । ପୂର୍ବତନ ବିଧାୟକ, ମନ୍ତ୍ରୀ ଆଉ ଏବେ ରାଜ୍ୟସଭା ସାଂସଦ । ଏମିତି ଅନେକ ଭୂମିକାରେ ସେ ଜଣେ ବ୍ୟକ୍ତି ।  ଆଜି ତାଙ୍କର ଜନ୍ମଦିନ ।

୧୯୪୭ ମସିହା ମେ ୨ ତରିଖରେ ତାଙ୍କର ଜନ୍ମ । ଏବେ ୭୬ ବର୍ଷ ବୟସରେ ମଧ୍ୟ ସେ ବେଶ୍‌ ସକ୍ରିୟ ନିଜ କର୍ମରେ । ପ୍ରଶାନ୍ତ ନନ୍ଦ ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳ ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି।