ଶିଖରଚଣ୍ଡୀ ପରିଦର୍ଶ କରିବେ ଏନ୍ଜିଟି ସ୍ୱତନ୍ତ୍ର ଟିମ
ଭୁବନେଶ୍ୱର: ଶିଖରଚଣ୍ଡୀରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପାହାଡ଼ରେ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ଶନିବାର ଆସୁଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ର ସ୍ୱତନ୍ତ୍ର ଟିମ୍ । ଏକ ୪ ଜଣିଆ ଟିମ୍ କ୍ଷେତ୍ର ପରିଦର୍ଶନ କରି ୩ ସପ୍ତାହ ଭିତରେ ଏନ୍ଜିଟିକୁ ରିପୋର୍ଟ ଦେବେ ।
ଏହି ଟିମ୍ରେ ଭୁବନେଶ୍ୱରରେ ଅବସ୍ଥାପିତ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସିସିଏଫ୍, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ରାଜ୍ୟ ପିସିବି) ଓ ଖୋର୍ଦ୍ଧା ଜିଲ୍ଲାପାଳ ରହିଛନ୍ତି । ଏହି ଟିମ୍ ୱାଟ୍କୋ ସମେତ ବିଭିନ୍ନ ଅଂଶୀଦାର ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ବେଆଇନ ଭାବେ କେତେ ଗଛ କଟାଯାଇଛି? ଜୈବ ବିବିଧତା ଉପରେ କଣ ପ୍ରଭାବ ପଡ଼ିଛି? ପାହାଡ଼ର ପ୍ରାକୃତିକ ପରିବେଶକୁ କେତେ କ୍ଷତି ପହଞ୍ଚିଛି? ଏ ସବୁର ଟିକିନିଖି ଆକଳନ କରି ୩ ସପ୍ତାହ ଭିତରେ ଟ୍ରିବ୍ୟୁନାଲଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଦାଖଲ ପରେ ଜୁଲାଇ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।ଅନ୍ୟପକ୍ଷରେ ଏନ୍ଜିଟି ଟିମ୍ ଆସିବା ପୂର୍ବରୁ ପାହାଡ଼ରେ ନିର୍ମାଣ କାର୍ୟ୍ୟ ଚାଲୁଥିବା ଅଭିଯୋଗ ହୋଇଛି ।




admin 