ଲାଗିଲା ମାଓ ପୋଷ୍ଟର

ଲାଗିଲା ମାଓ ପୋଷ୍ଟର

ମ. ରାମପୁର, : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତର ଟାପରେଙ୍ଗ ଗାଁରେ ଗତ ମେ ମାସ ୯ ତାରିଖ ସକାଳୁ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟଣା। ଶନିବାର ସକାଳୁ ଟାପରେଙ୍ଗ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମାଓ ସଙ୍ଗଠନ ଏହି ଏନକାଉଣ୍ଟରକୁ ଅମାନବୀୟ କହିବା ସହ ପୁଲିସର ବର୍ବରତାକୁ ନିନ୍ଦା କରିଛି। କ୍ରୁରତାକୁ ଲୁଚାଇବାକୁ ଯାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ମାଓ ସଙ୍ଗଠନ।

ତେବେ ଘଟଣାର ଠିକ୍ ଦେଢ଼ ମାସ ପରେ ଗତ ରାତିରେ ଏହି ଗାଆଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଉକ୍ତ ଗୁଳି କାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ଏଥି ସହିତ ଜୁନ ୨୫ ତାରିଖ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ କରିଛି ମାଓ ସଙ୍ଗଠନ ।