ଛାତ୍ର କଂଗ୍ରେସର ନୂଆ ରାଜ୍ୟ କମିଟି ଘୋଷଣା
ଭୁବନେଶ୍ୱର: ଛାତ୍ର କଂଗ୍ରେସର ପୁଣି ହେଲା ନୂଆ ରାଜ୍ୟ କମିଟି । ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସଭାପତି ନୀରଜ କୁନ୍ଦନଙ୍କ ଅନୁମୋଦନ ପରେ ଏହି କମିଟିକୁ ଓଡ଼ିଶା ପ୍ରଭାରୀ ଅନୁଲେଖା ବୋସା ଘୋଷଣା କରିଛନ୍ତି । ତେବେ ପୂର୍ବରୁ ଛାତ୍ର କଂଗ୍ରେସ ରାଜ୍ୟ କମିଟିରେ ଥାଇ ମଧ୍ୟ ଦୀର୍ଘ ଦିନ ହେବ ନିଷ୍କ୍ରିୟ ଥିବା ଛାତ୍ରନେତାମାନଙ୍କୁ କମିଟିରୁ ବାଦ୍ ଦିଆଯାଇଛି । ସକ୍ରିୟ ଥିବା ନୂଆ ଛାତ୍ରନେତାଙ୍କୁ ରାଜ୍ୟ କମିଟିରେ ପଦବି ମିଳିଛି ।
ତେବେ ନୂଆ କମିଟିରେ ନିରଞ୍ଜନ ଦାସ, ସୁନିଲ ମାଟିଆ, ଶାନ୍ତିଲତା ବେହେରା ସମେତ ୮ ଜଣ ଛାତ୍ରନେତାଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଭିଳାଶ ଜେନାଙ୍କ ସମେତ ୨୫ ଜଣ ସାଧାରଣ ସମ୍ପାଦକ ଓ ଆଦିତ୍ୟ କହଁର ସମେତ ୨୬ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।




admin 