ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପାରଳାଖେମୁଣ୍ଡି ବିଧାୟକ , କାହିଁକି ଜାଣନ୍ତୁ
ଗଜପତି: ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିଧାୟକ । ଗଜପତିରେ ବର୍ଷା ଅଭାବରୁ ଚାଷୀ ଓ ଚାଷର ଚିନ୍ତାଜନକ ଅବସ୍ଥା ଦେଖାଦେଇଛି । କାଶୀନଗର, ଗୋଷାଣୀ, ଗୁମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବାବେଳେ କୌଣସି ବଡ଼ ଜଳର ଉତ୍ସ ନାହିଁ । ଫଳରେ ଏଠାରେ ଚାଷୀ ସବୁବେଳେ ବର୍ଷା ଜଳକୁ ହିଁ ନିର୍ଭର କରିଥାଏ ।
କିନ୍ତୁ ଚଳିତ ବର୍ଷ ଆବଶ୍ୟକୀୟ ପରିମାଣର ବର୍ଷା ନହେବାରୁ ଜମିରେ ଫାଟ ସୃଷ୍ଟି ହୋଇଗଲାଣି । ଫସଲ ହୋଇଥିବା ଧାନ ସବୁ ଜଳ ଅଭାବରୁ ନଷ୍ଟ ହେବାକୁ ବସଲାଣି । ତେଣୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇବା ସହ ଜିଲ୍ଲାକୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ।




admin 