ମେଣ୍ଟ ଆଲୋଚନା ହୋଇନି: ନବୀନ
ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟ ଗଠନ ପାଇଁ ଓଡ଼ିଶା ଆସିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ କହିଛନ୍ତି ଯେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଆଜିର ବୈଠକରେ ମେଣ୍ଟ ଆଲୋଚନା ହୋଇନି । ଆମେ ଉଭୟ ପୁରୁଣା ବନ୍ଧୁ । ବାଜପେୟୀଙ୍କ ସରକାରରେ ଆମେ ଉଭୟ ମନ୍ତ୍ରୀ ଥିଲୁ । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଜମି ଯୋଗାଇବୁ । ପୁରୀରେ ବିହାର ଭବନ ପାଇଁ ଦେଢ ଏକର ଜମି ଦିଆଯିବ । ସମ୍ପୂର୍ଣ୍ଣମାଗଣାରେ ଜମି ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଭୁବନେଶ୍ୱର ବିମାନବବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ନବୀନ ନିବାସ ନିଆଯାଇଥିଲା । ଯେଉଁଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଉଭୟ ନବୀନ ଓ ନୀତିଶ ମଧ୍ୟାହ୍ନଭୋଜନ ମଧ୍ୟ କରିଥିଲେ ।




admin 