ଓସ୍କାର ଆଓ୍ବାର୍ଡ ୨୦୨୩, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓସ୍କାର ଆଓ୍ବାର୍ଡ ୨୦୨୩ରେ ଭାରତୀୟ ଚଳଚ୍ଚିତ୍ର ଆର୍ଆର୍ଆର୍ ର ଗୀତ ‘ନାଟୁନାଟୁ’ ଓ ସିନେମା ‘ଦ ଏଲିଫ୍ୟାଣ୍ଟ ହ୍ବିସପର୍’ କୁ ମିଳିଥିବା ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବେଷ୍ଟ ଅରିଜିନାଲ୍ ସଙ୍ଗ୍ ପାଇଁ ଆରଆରଆରର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି। ଏଥି ସହିତ ଭାରତର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ପାଇଁ ଓସ୍କାର ପୁରସ୍କାର ଲାଭ କରିଛି।
ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ,’ ‘ନାଟୁନାଟୁ ଗୀତକୁ ଶ୍ରେଷ୍ଠ ଅରିଜିନାଲ ସଙ୍ଗ୍ ପୁରସ୍କାର ମିଳିଥିବାରୁ ସଂଗୀତକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଆର୍ଆର୍ଆର୍ର ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଉଛି। ବାସ୍ତବରେ ଏହା ଏକ ଗର୍ବର ମୁହୂର୍ତ୍ତ ଏବଂ ଏହା ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପରବର୍ତ୍ତି ପିଢ଼ିକୁ ପ୍ରେରଣା ଯୋଗାଇବ। ଏଥିସହିତ ‘ଦ ଏଲିଫ୍ୟାଣ୍ଟ ହ୍ବିସପର’ ଡକ୍ୟୂମେଣ୍ଟାରୀ ର ସମଗ୍ର ଟିମ୍କୁ ଅଭିନନ୍ଦନ।




admin 