ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବେ ମୋଦି
ନୂଆଦିଲ୍ଲୀ: ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ଭିଡିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ନିଯୁକ୍ତି ପାଇଥିବା ଏହି ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ।
ସକାଳ ୧୦.୩୦ରେ ସେ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ଦେଶର ୪୫ଟି ସ୍ଥାନରେ କରାଯାଉଛି ରୋଜଗାର ମେଳା । ବିଭିନ୍ନ ପ୍ରାଦେଶିକ ସରକାର ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷାରେ କୃତକାର୍ୟ୍ୟ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯିବ ।
କେନ୍ଦ୍ର ସରକାରଙ୍କ ନିଯୁକ୍ତି ସୃଷ୍ଟି ଅଭିଯାନ ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ନବନିଯୁକ୍ତ କର୍ମଚାରୀମାନେ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ କରିବାର ସୁଯୋଗ ପାଇବେ । କର୍ମଯୋଗୀ ପ୍ରାରମ୍ଭ ଏକ ଓରିଏଣ୍ଟେସନ ପ୍ଲାଟଫର୍ମ । ଏହା ଦ୍ୱାରା ପ୍ରାରମ୍ଭିକ ତାଲିମ ନେବାକୁ ବାଧ୍ୟତାମୂଳକ କରାଯାଇଛି ।




user2 