ରାଣୀଙ୍କ ପାଇଁ ମହାପ୍ରସାଦ, ଜାଣନ୍ତୁ ରହସ୍ୟ

ରାଣୀଙ୍କ ପାଇଁ ମହାପ୍ରସାଦ, ଜାଣନ୍ତୁ ରହସ୍ୟ

ରାଜା ଅନଙ୍ଗ ଭୀମ ଦେବଙ୍କ କନ୍ୟା ତଥା ଲାଙ୍ଗୁଳା ନରସିଂହ ଦେବଙ୍କ ଭଉଣୀ ହେଉଛନ୍ତି ଚନ୍ଦ୍ରିକା ଦେବୀ । ଯୁଦ୍ଧରେ ତାଙ୍କ ସ୍ୱାମୀ ପରମର୍ଦ୍ଦୀ ଦେବଙ୍କ ନିଧନ ପରେ ସେ ବୈଷ୍ଣବ ପ୍ରାପ୍ତି ପାଇଁ ଏକାମ୍ର କ୍ଷେତ୍ରରେ ଅତ୍ୟନ୍ତ କାରୁକାର୍ଯ୍ୟ ବିମଣ୍ଡିତ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ । ସେବାୟତମାନଙ୍କ ମତାନୁସାରେ, ରାଣୀ କାର୍ତ୍ତିକ ବ୍ରତ କରୁଥିଲେ । ତାଙ୍କ ପାଇଁ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରୁ ମହାପ୍ରସାଦ ଆସୁଥିଲା । କିନ୍ତୁ ଅଧିକାଂଶ ଦିନ ପହଞ୍ଚିବାରେ ବିଳମ୍ବ ହେବା ସହ ଆଦୌ ପହଞ୍ଚି ପାରୁ ନଥିଲା । ଫଳରେ ସେ ଏକାମ୍ର କ୍ଷେତ୍ରରେ ବିଷ୍ଣୁଙ୍କ ଦର୍ଶନ ଓ ମହାପ୍ରସାଦ ପ୍ରସ୍ତୁତି ଲକ୍ଷ୍ୟରେ ମନ୍ଦିର ଗଢ଼ିଥିବା କୁହାଯାଉଛି । ତେଣୁ ପୁରୀ ଯାଇପାରୁ ନଥିବା ସାଧାରଣ ଲୋକେ ଜଗନ୍ନାଥଙ୍କ ପ୍ରସାଦ ପାଇବାକୁ ଅନନ୍ତବାସୁଦେବଙ୍କ ମନ୍ଦିରକୁ ଛୁଟି ଆସିଥାନ୍ତି ।