ଏମିତି ଛାଡ଼ିବ ଟ୍ୟାପରୁ କଳଙ୍କି
ରୋଷେଇ ଓ ଗାଧୁଆଘରର ଷ୍ଟିଲ୍ ପାଣି ଟ୍ୟାପ୍ରେ ଶୀଘ୍ର କଳଙ୍କି ଲାଗିଯାଏ । ନିୟମିତ ବ୍ୟବଧାନରେ ସଫା କଲେ ଏହା ଚିକ୍ଚିକ୍ କରେ । ମାତ୍ର ଅନେକ ଏହାକୁ ଅଣଦେଖା କରିଥାନ୍ତି । ତେବେ କିଛି ଉପାୟକୁ ଆପଣାଇବା ଦ୍ୱାରା ଷ୍ଟିଲ୍ ଟ୍ୟାପର କଳଙ୍କି ଦାଗ ମଧ୍ୟ ସହଜରେ ଛାଡ଼ିପାରିବ । ଭିନେଗାର ଓ ବେକିଂ ପାଉଡର ସମାନ ପରିମାଣରେ ନେଇ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ କଳଙ୍କି ଲାଗିଥିବା ଷ୍ଟିଲ୍ ଟ୍ୟାପ୍ରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ । ପରେ ଏହାକୁ ଘଷି ସଫା କରି ପାଣିରେ ପରିଷ୍କାର କରନ୍ତୁ । ଲେମ୍ବୁ ରସରେ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କଳଙ୍କି ଟ୍ୟାପ୍ରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହି ଟ୍ୟାପ୍କୁ ଗରମ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ଦୁଇଥର ଏଭଳି କଲେ ଟ୍ୟାପରୁ କଳଙ୍କି ଦାଗ ଛାଡ଼ି ଯାଏ ।
ଶୋଇବା ପୂର୍ବରୁ ଏସବୁ ଖାଇଲେ କମିବ ଓଜନ




admin 