କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ
ପାଲଲହଡା: କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସର ଜେଇଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ପାଲଲହଡ଼ା ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୧୧ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଭୁବନେଶ୍ବରରେ ୩ଟି ୩ ମହଲା କୋଠା ସମେତ ଗୋଟିଏ ଫ୍ଲାଟ୍ ଓ ୨୬ ଟି ପ୍ଲଟ୍ର ସନ୍ଧାନ ମିଳିଥିଲା । ଏହାସହିତ ୬୪ ଲକ୍ଷର ଜମା ଟଙ୍କା, ୩.୩୩ ଲକ୍ଷ ନଗଦ ଟଙ୍କା, ୮୩୨ ଗ୍ରାମର ସୁନା ଅଳଙ୍କାର ମିଳିଥିଲା ।
ତେବେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇପାରିବାରୁ ଆଜି ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି ।




admin 