ସଙ୍ଗୀତ ମହୋତ୍ସବରୁ ଉଦ୍ଧାର ହେଲା ୨୬୦ ଶବ : ଇସ୍ରାଏଲ୍-ହମାସ୍ ଯୁଦ୍ଧ
ଜେରୁଜେଲମ୍: ‘ଗାଜା ଷ୍ଟ୍ରିପ୍’ ନିକଟରେ ଆୟୋଜିତ ସାରା ରାତି ‘ନେଚର୍ ମ୍ୟୁଜିକ୍ ଫେଷ୍ଟିଭାଲ୍’ସ୍ଥଳରୁ ପାରାମେଡିକ୍ମାନେ ପ୍ରାୟ ୨୬୦ଟି ଶବ ଉଦ୍ଧାର କରିଥିବା କଥା ଇସ୍ରାଏଲୀୟ ଉଦ୍ଧାରକାରୀ ସେବା ‘ଜାକା’ କହିଛି। ନେଚର୍ ମ୍ୟୁଜିକ୍ ଫେଷ୍ଟିଭାଲ୍’ରେ ଯୋଗ ଦେଇଥିବା ହଜାର ହଜାର ଜନତାଙ୍କ ଉପରେ ପାଲେଷ୍ଟାଇନ୍ସ୍ଥିତ ହମାସ୍ ଆତଙ୍କବାଦୀମାନେ ଶନିବାର ପାହାନ୍ତା ସମୟରେ ଆକ୍ରମଣ କରିଥିଲେ। ସମ୍ପ୍ରତି ସେ ଅଞ୍ଚଳରେ ଅନ୍ୟ ‘ପାରାମେଡିକ୍’ ଟିମ୍ ସବୁ ଉଦ୍ଧାର କାର୍ଯ୍ୟ ଚଳାଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦାବି କରିଛନ୍ତି ଯେ, ଏହି ଗଣ ଆକ୍ରମଣରେ ପ୍ରାୟ ୧୦୦୦ ହମାସ୍ ଆତଙ୍କବାଦୀ ସାମିଲ୍ ହୋଇଥିଲେ।
ହମାସ୍ ଅପ୍ରତ୍ୟାଶିତ ଆକ୍ରମଣର ୪୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ଆଜି ସକାଳ ପର୍ଯ୍ୟନ୍ତ ଇସ୍ରାଏଲୀ ସୖନିକମାନେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ସହିତ ଲଢ଼େଇ କରୁଛନ୍ତି। ଜଳ, ସ୍ଥଳ, ଓ ଆକାଶରୁ ହମାସ୍ କରିଥିବା ଅପ୍ରତ୍ୟାଶିତ ଆକ୍ରମଣରେ କେତେକ ଆମେରିକୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହମାସ୍ ବିରୋଧରେ ଇସ୍ରାଏଲ୍କୁ ଯୁଦ୍ଧରେ ସହଯୋଗ କରିବା ଲାଗି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ଯୁଦ୍ଧପୋତ ଓ ଲଢୁଆ ବିମାନ ପଠାଇବାକୁ ଆଦେଶ ଦେଇଛନ୍ତି।




admin 