ବଡ଼ଚଣା ବ୍ଲକ ଶାଳପଡା ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ଶହଶହ ବିଜେଡି ଓ ବିଜେପି କର୍ମୀ

ବଡ଼ଚଣା ବ୍ଲକ ଶାଳପଡା ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ଶହଶହ ବିଜେଡି ଓ ବିଜେପି କର୍ମୀ
ବଡ଼ଚଣା ବ୍ଲକ ଶାଳପଡା ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ଶହଶହ ବିଜେଡି ଓ ବିଜେପି କର୍ମୀ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡା ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ଉଭୟ ବିଜେଡି ଓ ବିଜେପି କର୍ମୀ। ଶାଳପଡା ପଞ୍ଚାୟତର ଚାରିଗୋଛିଆ ଗ୍ରାମରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଶୁକ୍ରମଣି ପୂର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶତାଧିକ ବିଜେଡି ଓ ବିଜେପି କର୍ମୀ ପିସିସି ସମ୍ପାଦକ ତଥା ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । କଂଗ୍ରେସ ନେତା ଶ୍ରୀ ମହାପାତ୍ର ନୂତନ କର୍ମକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ଵାଗତ କରିଥିଲେ l

ମିଶ୍ରଣ ପର୍ବରେ ସାମିଲ ହୋଇଥିବା କର୍ମୀମାନେ ହେଉଛନ୍ତି ଚାରିଗୋଛିଆ ଗ୍ରାମର ଦିଲୀପ ବିନ୍ଧାଣୀ, କରୁଣାକର ବିନ୍ଧାଣୀ, ରମେଶ ଗଇପାଇ, ସୁରେଶ ଚନ୍ଦ୍ର ପୂର୍ତ୍ତୀ, କରୁଣାକର ପୂର୍ତ୍ତୀ, ରଜତ ସିର୍କା, ବାବୁଲି ପୂର୍ତ୍ତୀ, ଶ୍ୟାମସୁନ୍ଦର ପୂର୍ତ୍ତୀ, ନନ୍ଦ ଗଈପାଇ, ରାଜେନ୍ଦ୍ର ପୂର୍ତ୍ତୀ, ରବିନ୍ଦ୍ର ପୂର୍ତ୍ତୀ, ଗୋବର୍ଦ୍ଧନ ପୂର୍ତ୍ତୀ, ରାମ ପୂର୍ତ୍ତୀ, ବାସୁଦେବ କୁଲଡି, ଘନଶ୍ୟାମ ପୂର୍ତ୍ତୀ, ରମେଶ ପୂର୍ତ୍ତୀ, ନବ କୁଲଡି, ମଞ୍ଜୁ ବିନ୍ଧାଣୀ, ରୁକ୍ମଣୀ ବିନ୍ଧାଣୀ, ଫୁଲମଣି ସିର୍କାଙ୍କ ସମେତ ଶତାଧିକ ବିଜେଡି ଓ ବିଜେପି ଦଳର କର୍ମକର୍ତ୍ତା ମାନେ ଉଭୟ ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ସାହୁ, ପ୍ରାକ୍ତନ ଉପ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ମଲିକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସଞ୍ଜୀବ କୁମାର ସାମଲ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସତ୍ୟବ୍ରତ ସାମଲ, ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ସର୍ବଶେଷରେ ବରିଷ୍ଠ କଂଗ୍ରେସ କର୍ମୀ ଚନ୍ଦ୍ରମଣି ପୂର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l