ପିଲାଙ୍କ ପାଇଁ ମହୁର ଲାଭ

ରକ୍ତହୀନତା ସମସ୍ୟା ସହ ଜଡିତ ବ୍ୟକ୍ତିମାନଙ୍କ ପାଇଁ ମହୁ ବେଶ୍‌ ହିତକର । ଏହାକୁ ସେମାନେ ପ୍ରତିଦିନ ନିଜ ଦୈନନ୍ଦିନ ଖାଦ୍ୟରେ ଖାଇପାରିବେ । ଛୋଟ ପିଲାମାନଙ୍କୁ ମୁଖ୍ୟତଃ ସର୍ଦ୍ଦି, କାଶ ଓ କଫ ବେଶି ହୋଇଥାଏ । ସେମାନଙ୍କ ପାଇଁ ଏହା ବରଦାନ ହୋଇଥାଏ । ଘରୋଇ ଉପଚାର ଭାବେ ମହୁ ସହ କ୍ଷୀର ମିଶାଇ ପିଇବା ଦ୍ୱାରା ପିଲାଙ୍କୁ ଆରାମ ମିଳିଥାଏ । ଶରୀରର କୌଣସି ସ୍ଥାନରେ ଯଦି ଘା’ ହୋଇଛି କିମ୍ବା କଟିଯାଇଛି, ତେବେ ସେହି ସ୍ଥାନରେ ମହୁକୁ ଆମେ ଲଗାଇ ପାରିବେ । ଏହା ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।