ସ୍ୱାସ୍ଥ୍ୟ ପାଇଁ ଉପକାରୀ ପିଜୁଳି

ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ୍ ଓ ଖଣିଜତତ୍ୱ ଭରି ରହିଥାଏ । ଯାହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ରହିଛି ସୋଡିୟମ ଓ ମ୍ୟାଗ୍ନେସିୟମ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ନିୟମିତ ପିଜୁଳି ଖାଇଲେ ଏଥିରେ ଥବା ଭିଟାମିନ୍ସ ଦ୍ୱାରା ଥଣ୍ଡା ଓ କାଶଜନିତ ସମସ୍ୟାରୁ ମୁକ୍ତି ମିଳେ । ଏହା କେଶକୁ ମଜଭୁତ କରିବା ସହ ଚେହେରାରେ ବି ଚମକ ଆଣିଥାଏ । ଆଖିକୁ ମଧ୍ୟ ସୁସ୍ଥ ରଖେ ଓ ଚର୍ମରୋଗରୁ ମୁକ୍ତ ରଖେ । କୋଷ୍ଠକାଠିନ୍ୟ ଥିଲେ ପିଜୁଳି ଖାଆନ୍ତୁ । ଏଥିସହ ପାଟି ଘା’ର ଆଶଙ୍କା ବି କମିଯାଏ ।