ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? ଗତ ରାତିରେ ପୁରୀ ବାଇପାସ୍ ରୋଡ୍‌ରେ ଥିବା ଏକ ଅଟୋ ସୋରୁମ୍‌ରେ ପୁଣି K1 ସିକ୍ୟୁରିଟି ଗାର୍ଡଙ୍କୁ ହାଣିଛନ୍ତି ଦୁବୃର୍ତ୍ତ।

ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? ଗତ ରାତିରେ ପୁରୀ ବାଇପାସ୍ ରୋଡ୍‌ରେ ଥିବା ଏକ ଅଟୋ ସୋରୁମ୍‌ରେ ପୁଣି K1 ସିକ୍ୟୁରିଟି ଗାର୍ଡଙ୍କୁ ହାଣିଛନ୍ତି ଦୁବୃର୍ତ୍ତ।

ପୁରୀ - କଟକ ବାଇପାସ୍ ରେ ଅବସ୍ଥିତ ମଙ୍ଗରାଜ ପଏଣ୍ଟ ଠାରେ ଥିବା ଯୋତି ମୋଟରସ୍ ଅଲ୍ଟିସ ସୋରୁମ୍ ରେ କାର୍ଯ୍ୟରତ K-1 ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କ ଉପରେ ଗତ ଅକଟୋବର ୧୭ ତାରିଖ ରାତିରେ ତିନିଜଣ ଅସାମାଜିକ ଯୁବକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସେହି ଯୁବକମାନେ ଗୌରାଙ୍ଗ କୁ ପ୍ରଥମେ ଧମକ ଦେଇ ତାଙ୍କ ମୋବାଇଲ ମାଗିଲେ । ଗୌରାଙ୍ଗ ତାଙ୍କୁ ମୋବାଇଲ ନଦେବାରୁ ସେମାନେ ଧାରୁଆ ଖଣ୍ଡାରେ ଗୌରାଙ୍ଗ କୁ ଗୋଡେଇ ଗୋଡେଇ ହାଣିଲେ । ଗୌରାଙ୍ଗ ଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରା ଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା । ମାତ୍ର କ୍ୟାପିଟାଲ ହସ୍ପିଟାଲ ଗୌରାଙ୍ଗ ଙ୍କୁ ଫେରାଇ ଦେବାରୁ ତାଙ୍କୁ ଏମ୍ସ ନିଆ ଯାଇଥିଲା । ଏମ୍ସ କର୍ତ୍ତୁ ପକ୍ଷ ବଡ ନଥିବା ଦର୍ଶାଇ କଟକ ବଡ ଡାକ୍ତର ଖାନାକୁ ରେଫର୍ କରି ଦେଇଥିଲେ । ଏବେ ଗୌରାଙ୍ଗ ଭୁବନେଶ୍ୱର ସ୍ଥିତ ଇ ଏସ ଆଇ ହସ୍ପିଟାଲ୍ ରେ ଚିକିତ୍ସା ଧିନ ଅଛନ୍ତି । 


ଏବେ ରାଜଧାନୀରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଗଳି କନ୍ଦିରେ ଅପରାଧୀ ମାନେ ରାତି ଅଧରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ବେଳେ ପ୍ରଶାସନ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ରାତିରେ ରାଜଧାନୀର ଗଳିକନ୍ଦି ଓ ମୁଖ୍ୟରାସ୍ତା ଅପରାଧୀଙ୍କ ଆଡା ସ୍ଥଳୀ ରେ ପରିଣତ ହୋଇଛି ବୋଲି ରାଜଧାନୀର ବରିଷ୍ଠ ନାଗରିକ ମଞ୍ଚ ଅଭିଯୋଗ କରିଛନ୍ତି ।