ହନ୍ତସନ୍ତ ହେଲେଣି ରାଜ୍ୟବାସୀ, ମୌସୁମୀକୁ ଅପେକ୍ଷା

ହନ୍ତସନ୍ତ ହେଲେଣି ରାଜ୍ୟବାସୀ, ମୌସୁମୀକୁ ଅପେକ୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ତାତି। ଖରା ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଜଳୁଛି ପଶ୍ଚିମ ଓଡ଼ିଶା । ସେପଟେ କାଳ ବୈଶାଖୀ ଫଳରେ ଉତ୍ତର ଓଡ଼ିଶାକୁ ମିଳିଛି ସାମାନ୍ୟ ଆସ୍ଵସ୍ଥି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଘଡଘଡ଼ି ବିଜୁଳି ସହ ବର୍ଷା । ଆସନ୍ତା,୩ପ୪ ଦିନ ହେବ ଯାଏଁ ପାଗ ଏଭଲି ରହିବ ।ମୌସୁମୀର ଚିହ୍ନବର୍ଣ୍ଣ ନାହିଁ । କେଉଁଠି ହଜି ଯାଇିଛି । ମୌସୁମୀର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି ଗତ ୫ ଦିନ ହେଲା । ଦକ୍ଷିଣ ଅର୍ଥାତ୍‌ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ଘୁଞ୍ଚିନି । ପବନ ଦିଗ ବି ବଦଳୁ ନାହିଁ ।

ବଙ୍ଗୋପସାଗର ପଟୁ ନୁହେଁ, ପଶ୍ଚିମ ଭାରତରୁ ତତଲା ପବନ ସିଧା ମାଡ଼ ହେଉଛି । ବ୍ଲାଷ୍ଟ ଫର୍ଣ୍ଣେସ୍‌ ଭଳି ସ୍ଥିତି ସାରା ରାଜ୍ୟରେ । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ବି ଏଭଳି ସ୍ଥିତିରୁ ଏଥିରୁ ତ୍ରାହି ନାହିଁ ଜୁନ୍‌ ୧୦ ଯାଏ । ପ୍ରାକ୍‌ ମୌସୁମୀ ବର୍ଷା ନାହିଁ । ୨-୩ ଦିନ ପରେ ତାତି ସାମାନ୍ୟ କମିପାରେ । କାଳବୈଶାଖୀ ବର୍ଷା ସମ୍ଭାବନା ବି ରହିଛି । ହେଲେ ସାମୟିକ ଆଶ୍ୱସ୍ତି ପରେ ପୁଣି ପ୍ରବାହ ବିସ୍ତାର କରିବ ତାତିର ପ୍ରକୋପ । ଆହୁରି ଅଧିକ ଜଳେଇବ । ଜୁନ୍‌ ୧ କିମ୍ବା ୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାତି ୪୪ କିମ୍ବା ୪୫ ଡିଗ୍ରୀ ଛୁଇଁପାରେ । ଆକାଶରୁ ନିଆଁ ବର୍ଷୁଛି । ଶୁଖିଲା ମାଟିରୁ ଗରମ ହୁଳା ବାହାରୁଛି । କାନ୍ଥ, ଚଟାଣ ତାତି ନିଆଁ ।