ତତଲା କଡ଼େଇରେ ଭାଜିହେଉଛି ଓଡ଼ିଶା

ତତଲା କଡ଼େଇରେ ଭାଜିହେଉଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତି ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ପୂରା ଓଡ଼ିଶା ତତଲା କଡ଼େଇରେ ଭାଜିହେଉଥିବା ବେଳେ ଆଜି ବି ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା। ଗୋଟେପଟେ ବାତ୍ୟା, ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି। ଆଜି ଦିନ ୧୧.୩୦ ସୁଦ୍ଧା ୨ ସହରର ତାପମାତ୍ରା ୪୦ ପାର୍‌। ସମ୍ବଲପୁରରେ ସର୍ବାଧିକ ୪୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୦, ହୀରାକୁଦରେ ୩୯, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬, ଭୁବନେଶ୍ୱରରେ ୩୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବାଲେଶ୍ୱରରେ ୩୪.୪,ଗୋପାଳପୁରରେ ୩୩.୪ ଡ଼ିଗ୍ରୀ, ପୁରୀରେ ୩୩, ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।