ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

ଭୁବନେଶ୍ବର: ଆଜି ବି ତାତିରୁ ମିଳିବନି ତ୍ରାହି । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଗ୍ରୀଷ୍ମ ଲହରୀ । ସକାଳୁ ସକାଳୁ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହେଲାଣି । ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି କେନ୍ଦୁଝରରେ ୩୩.୬ ଡିଗ୍ରୀ, ରାଜଧାନୀ ଭୁବନେଶ୍ବରରେ ୩୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ବୁଧବାର ବାରିପଦା ରାଜ୍ୟ ତଥା ଦେଶର ଉତ୍ତପ୍ତ ସହର ପାଲଟିଛି । ଏଠାକାର ତାପମାତ୍ରା ୪୪.୫ ଡିଗ୍ରୀ ରହିଥିଲା, ଯାହାକି ଦେଶରେ ସର୍ବୋଚ୍ଚ ତାପମାତ୍ରା ।