କେମିତି ନେବେ ସୁନାଗହଣାର ଯତ୍ନ?
ସୁନା ଗହଣାକୁ ସଫା କରିବାକୁ ହେଲେ ଆପଣ ଏହି ସରଳ ଉପାୟ ଆପଣାଇପାରିବେ । ଏକ ବଡ଼ ପାତ୍ରରେ ଅଧା କପ ସିର୍କା ଓ ଦୁଇ ଚାମଚ ବେକିଂ ସୋଡ଼ା ମିଶାନ୍ତୁ । ଏହି ମିଶ୍ରଣରେ ଆପଣ ସୁନା ଗହଣାକୁ ଦୁଇ ତିନିଘଣ୍ଟା ଲାଗି ବୁଡ଼ାଇ ରଖନ୍ତୁ । ତିନିଘଣ୍ଟା ପରେ ଏହାକୁ କାଢ଼ି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପୁଣି ଶୁଖିଲା ମୁଲାୟମ୍ କପଡ଼ା ସାହାଯ୍ୟରେ ଏହାକୁ ଭଲଭାବେ ପୋଛି ସଫା କରନ୍ତୁ ।
ଏହାକୁ ମଧ୍ୟ ଗରମ ପାଣିରେ ରିଠା ପକାଇ ସଫା କରିପାରିବେ । ଯାହାଦ୍ୱାରା ଆପଣଙ୍କ ସୁନା ଗହଣା ଚମକିବ ।
ଗରମ ପାଣିରେ ଭଲ ଡିଟରଜେଣ୍ଟ ଏବଂ ଏକ ଚାମଚ ଆମୋନିଆ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଏଥିରେ ସୁନା ଗହଣାକୁ କିଛି ସମୟ ପକାଇ ରଖି ଦିଅନ୍ତୁ । ପୁଣି ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।




admin 