ଅଲଗା ସ୍ୱଭାବର ସାଙ୍ଗ ବି ଜରୁରୀ

ଅଲଗା ସ୍ୱଭାବର ସାଙ୍ଗ ବି ଜରୁରୀ

କିଛି ସାଙ୍ଗ ଖୁବ୍‌ ସର୍ଟ ଟେମ୍ପର୍‌ କିମ୍ବା ଆଗ୍ରେସିଭ୍‌ ହୋଇଥାନ୍ତି । ଏମାନେ ଖୁବ୍‌ ଖୋଲା ହୃଦୟର, କିନ୍ତୁ ରାଗୀ । ଏଭଳି ସାଙ୍ଗ ଖୁବ୍‌ ବିରଳ । ଏମାନେ ବନ୍ଧୁତାକୁ ଭଲ ଭାବେ ତୁଲାଇଥାନ୍ତି । ସାଙ୍ଗର ଅନିଷ୍ଟ ହେବାକୁ ଦେଇ ନଥାନ୍ତି ।

କିଛି ଲୋକ ସାଙ୍ଗମାନଙ୍କ ପାଇଁ ଖୁବ୍‌ ଯତ୍ନଶୀଳ । ସୁଖ ଓ ଦୁଃଖ ସବୁବେଳେ ସାଙ୍ଗରେ ରହିଥାନ୍ତି । ବିଭିନ୍ନ ପରିବେଶ ଓ ପରିସ୍ଥିତିରେ ଏମାନେ ସହଯୋଗର ହାତ ବଢାଇଥାନ୍ତି ।

ଖୁସିମିଜାଜ୍‌ ସାଙ୍ଗ କେବେ ଦୁଃଖରେ ରୁହନ୍ତି ନାହିଁ । ଅନ୍ୟକୁ ମଧ୍ୟ ଦୁଃଖରେ ରହିବାକୁ ଦିଅନ୍ତିନି । ଏମାନଙ୍କ ସହ ବନ୍ଧୁତା କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ । ଏମାନଙ୍କ ସହ ମିଶିବା ପରେ ଆପଣଙ୍କ ଜୀବନର ଅର୍ଥ ହିଁ ବଦଳି ଯାଇଥାଏ ।