ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜିକରଣ ଅବଧି:ଅଗଷ୍ଟ ୨୨ ଯାଏ ବୃଦ୍ଧି

ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜିକରଣ ଅବଧି:ଅଗଷ୍ଟ ୨୨ ଯାଏ ବୃଦ୍ଧି

ଭୁବନେଶ୍ୱର : ଚଳିତ ବର୍ଷ ବିଳମ୍ବରେ ମୌସୁମୀର ଆଗମନ ସାଙ୍ଗକୁ ସ୍ୱଳ୍ପ ବୃଷ୍ଟିପାତ ହେତୁ ଚାଷ କାର୍ୟ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଯାହା ଫଳରେ ସଂପ୍ରତି ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଲିଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାରେ ରାଜ୍ୟରେ ଅନେକ ଚାଷୀ ଯୋଡ଼ି ହୋଇପାରିନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ପଞ୍ଜିକରଣ ତାରିଖର ଶେଷ ତାରିଖ ଅଗଷ୍ଟ ୧୬ ରଖାଯାଇଥିବା ବେଳେ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୨୨ ଯାଏ ବୃଦ୍ଧି କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ସମବାୟ ସମିତିକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ଖରିଫ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୩୦ ସୁଦ୍ଧା ଦାଖଲ କରିବାକୁ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପୂର୍ବରୁ ଅଗଷ୍ଟ ୧୬ ଯାଏଁ ରଖାଯାଇଥିଲା। ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ଅବଧିକୁ ବଢ଼ାଇ ପାଇଁ ଅନେକ ଚାଷୀ ସଙ୍ଗଠନ ଦାବି କରିଛନ୍ତି କରିଥିଲେ।  ଏହାସହ କିଷାନ କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଥିଲା।କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଯାହା ପରେ ଆଜି ଚାଷୀ ପଞ୍ଜିକରଣ ଅବଧି ବଢାଇବା ନେଇ ଘୋଷଣା କରାଯାଇଛି। ।