ମାଧ୍ୟମିକ ଶିକ୍ଷକ ନିଯୁକ୍ତି: ସେପ୍ଟେମ୍ବର ୧୫ରେ ମେନ୍‌ ପରୀକ୍ଷା

ମାଧ୍ୟମିକ ଶିକ୍ଷକ ନିଯୁକ୍ତି: ସେପ୍ଟେମ୍ବର ୧୫ରେ ମେନ୍‌ ପରୀକ୍ଷା

ଭୁବନେଶ୍ୱର : ସେପ୍ଟେମ୍ବର ୧୫ରୁ ୨୫ ତାରିଖ ମଧ୍ୟରେ ୭,୫୪୦ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସଏସସି) ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ତାରିଖରେ ଟିଜିଟି କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୨୧ରେ ସଂସ୍କୃତ, ୨୨ରେ ହିନ୍ଦୀ, ତେଲୁଗୁ, ଉର୍ଦ୍ଧୁ ଏବଂ ଟିଜିଟି ବିଜ୍ଞାନ(ସିବିଜେଡ୍‌) ଆଶାୟୀ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ ।

ସେହିପରି ୨୫ରେ ଟିଜିଟି ବିଜ୍ଞାନ(ପିସିଏମ) ଓ ପିଇଟି ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ୫ଦିନ ପୂର୍ବରୁ ଅନଲାଇନରେ ଆଶାୟୀଙ୍କ ଆଡମିଟକାଡର଼୍ ଉପଲବ୍ଧ ହେବାକୁ ଥିବାବେଳେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଆଶାୟୀ ଓଏସଏସସି ୱେବସାଇଟ୍‌ ମାଇଧ୍ୟମରେ ପାଇ ପାରିବେ ।