ଖରାଦିନେ ଅଣ୍ଡା ଖାଇବା ଉଚିତ୍‌ କି?

ଖରାଦିନେ ଅଣ୍ଡା ଖାଇବା ଉଚିତ୍‌ କି?

 ବହୁ ଲୋକ ନିଜ ବ୍ରେକଫାଷ୍ଟରେ ଅଣ୍ଡାକୁ ସାମିଲ କରିଥାନ୍ତି । ପ୍ରୋଟିନର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଏହାକୁ ଶକ୍ତିର ପାୱାରହାଉସ୍‌ କୁହାଯାଏ । ଭିଟାମିନ୍‌ ବି୨, ବି ୧୨, ଡି, ସେଲେନିୟମ ଓ ଆୟୋଡିନ୍‌ ଭରପୁର ହୋଇଥିବାରୁ ଏହା ସବୁଠୁ ଅଧିକ ପୁଷ୍ଟିକାରକ ଖାଦ୍ୟ । ଏହାର ସ୍ୱଭାବ ଗରମ ହାଇଥିବାରୁ ଥଣ୍ଡାଦିନେ ଏହାକୁ ଅଧିକ ଖିଆଯାଏ । କିନ୍ତୁ ଗରମ ଦିନେ ଏହା ଖାଇବା ଉଚିତ କି ନା ଏହାକୁ ନେଇ ବହୁ ଲୋକ ଦ୍ୱନ୍ଦ୍ୱରେ ରହିଥାନ୍ତି । ବିଶେଷଜ୍ଞଙ୍କ ମତରେ ଏହା ଗରମ ହୋଇଥିବାରୁ ଏହାକୁ ଗରମ ଦିନେ ଖାଇବା ଅନୁଚିତ ବୋଲି ଯେଉଁ ଧାରଣା ରହିଛି ତାହା ସଂପୂର୍ଣ୍ଣ ଭୁଲ୍‌ । ସବୁ ଋତୁରେ ଅଣ୍ଡା ଖାଇହେବ । ଅଣ୍ଡା ଆମକୁ ଗରମକୁ ସାମ୍ନା କରିବାକୁ ବି ସାହାଯ୍ୟ କରେ । ଏଥିରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ରହିଛି ଯାହା ଆମ ସଂପୂର୍ଣ୍ଣ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ । ତେଣୁ ଆମେ ପ୍ରତିଦିନ ୨ଟି ଅଣ୍ଡା ଖାଇ ପାରିବେ ।