ହାତୀ-ମଣିଷ ଲଢେ଼ଇ: ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ହାତୀ-ମଣିଷ ଲଢେ଼ଇ: ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର: ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ହସନପୁର ଗାଁର ବଟକୃଷ୍ଣ ପ୍ରଧାନ । ସକାଳୁ ଗାଁ ନିକଟ ପଳାସ ବଣକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଦନ୍ତା ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲ ପହଁଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିବାସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଛନ୍ତି । ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲ ରୁ ଗୋଠଛଡା ହୋଇ ହାତୀଟି ନଛିପୁରା ଦେଇ ଆନନ୍ଦପୁର ଅଞ୍ଚଳକୁ ପଳାଇଆସିଥିବା ବନବିଭାଗ ତରଫରୁ ସୂଚନା ମିଳିଛି ।