ଜାଣନ୍ତୁ, କୁକୁର କାନ୍ଦିବାର କାରଣ!
ଆପଣ ଜାଣିଥିବେ, କୁକୁରର କାନ୍ଦିବାକୁ ଅଶୁଭ ବୋଲି କୁହାଯାଏ । କୁହାଯାଏ ଯେ କୁକୁରର କାନ୍ଦିବା ଅର୍ଥ କାହାର ମୃତ୍ୟୁର ପୂର୍ବସୂଚନା । ଜ୍ୟୋତିଷଙ୍କ କହିବା ଅନୁସାରେ କୁକୁରମାନେ ସେତେବେଳେ ବହୁତ କାନ୍ଦିଥାନ୍ତି ଯେତେବେଳେ ପାଖରେ କୈାଣସି ଆତ୍ମା ଥାଆନ୍ତି । ଆତ୍ମାଙ୍କୁ ସାଧାରଣ ଲୋକେ ଦେଖିପାରିନଥାନ୍ତି କିନ୍ତୁ କୁକୁରମାନେ ତାଙ୍କୁ ଦେଖି କାନ୍ଦିବାକୁ ଲାଗନ୍ତି । ଏଥିପାଇଁ ଲୋକମାନେ ଆଖପାଖରେ କୁକୁରଙ୍କୁ କାନ୍ଦୁଥିବାଅ ବସ୍ଥାରେ ଦେଖିବାମାତ୍ରେ ତାଙ୍କୁ ତଡ଼ିଦିଅନ୍ତି । ବିଶ୍ୱାସ ଏବଂ ଜ୍ୟୋତିଷଙ୍କ ଛଡ଼ା ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ କୁକୁରମାନେ କାନ୍ଦିନଥାନ୍ତି ବରଂ ବିକଳ ଚିତ୍କାର କରିଥାନ୍ତି । ପ୍ରକୃତରେ ରାତିରେ ଏପରି ଶବ୍ଦ କରିସେ ଅନ୍ୟ ଅଂଚଳରେ ଥିବା ନିଜ ସାଥି କୁକୁରମାନଙ୍କୁ ଡାକିଥାନ୍ତି । ଶାରିରୀକ କଷ୍ଟ ପରିସ୍ଥିତିରେ କୁକୁର ବିକଳ ହୋଇଥାନ୍ତି । ମଣିଷଙ୍କ ଭଳି କୁକୁରମାନଙ୍କୁ ମଧ୍ୟ ଏକୁଟିଆ ରହିବା ପସନ୍ଦ ନୁହେଁ ତେଣୁ ଅନ୍ୟ କୁକୁରଙ୍କୁ ଡାକିଥାନ୍ତି ।




admin 