କର୍ଫ୍ୟୁରେ କାହିଁକି ବନ୍ଦ ରହେ ଇଣ୍ଟରନେଟ କନେକ୍ସନ୍?
କର୍ଫ୍ୟୁବେଳେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ତେବେ ଆମ ଦୈନନ୍ଦିନ ଜୀବନରେ ଇଣ୍ଟରନେଟ୍ ଜରୁରୀ ହୋଇପଡିଥିବାବେଳେ ଏହି କର୍ଫ୍ୟୁ ସମୟରେ କାହିଁକି ଇଣ୍ଟରନେଟ୍ ବନ୍ଦ ହୋଇଛି?
ଉତ୍ତେଜନାବେଳେ ଗୁଜବ ପ୍ରଚାର ହେବାର ଆଶଙ୍କାଥିବାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଏ। ସୋସିଆଲ ମିଡିଆ ଯଥା ଫେସବୁକ୍, ଏକ୍ସ ଇତ୍ୟାଦି ଉପରେ ନିୟନ୍ତ୍ରଣ ରହିବା ସମ୍ଭବ ହୁଏନାହିଁ। ଉତ୍ତେଜନାମୂଳକ ଲେଖା, ଫଟୋ ଓ ଭିଡିଓ ପୋଷ୍ଟ ହେବାର ଆଶଙ୍କା ରହିଥାଏ । ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର ଭୟ ଥାଏ। ଫେକ୍ ଭିଡିଓ ଓ ଫଟୋ ପ୍ରସାରଣର ଭୟ ରହିଥାଏ।ତେବେ ଯେଉଁଠି ଏପରି ଉତ୍ତେଜନାମୂଳକ ସ୍ଥିତି ଦେଖାଯାଏ ସେଠାରେ ପ୍ରାଥମିକ ଭାବରେ ଇଣ୍ଟରନେଟ ସେବା ବନ୍ଦ କରାଯାଏ।




admin 