କୋଲଡ୍ରିଙ୍କସ୍ ପିଇଲେ ବ୍ୟାୟାମ ବୃଥା

ଆଜିକାଲି ସମସ୍ତେ ଫିଟ୍ ରହିବା ପାଇଁ ବ୍ୟାୟାମ କରିବା ସହ ଡାଏଟ୍ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ନିୟମିତ ବ୍ୟାୟାମ କରିବା ସତ୍ତେ୍ୱ ସପ୍ତାହକୁ ଦୁଇଥର କେନ୍ କୋଲ୍ଡ ଡ୍ରିଙ୍କ ପିଇବା ଦ୍ୱାରା ପରିଶ୍ରମ ବୃଥାଯାଏ । ବିଶେଷକରି ଏହା ହୃତ୍ପିଣ୍ଡ ପାଇଁ ବେଶ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଗବେଷଣାରୁ ଏହା ଜଣାପଡ଼ିଛି । ଏହି ସର୍ଭେରେ ଭାଗ ନେଇଥିବା ଲୋକେ ୧୫୦ ମିନିଟ୍ ବ୍ୟାୟାମ କରୁଥିଲେ । ହେଲେ ସୁଗାର ଡ୍ରିଙ୍କ ପିଇବାଦ୍ୱାରା, ସେଥିରେ ଥିବା ସୋଡା ହାର୍ଟକୁ ପ୍ରଭାବିତ କରୁଥିବା ଦେଖାଯାଇଥିଲା । ତେଣୁ ସୁଗାର ଡ୍ରିଙ୍କ ସୀମିତ ରଖିବା ଉପରେ ସେମାନେ ଜୋର୍ ଦେଇଛନ୍ତି । ହୃଦୟର ସୁସ୍ଥତା ପାଇଁ ପାଣି ହିଁ ଉତ୍ତମ ବିକଳ୍ପ ।