ଛାତ୍ର ଆଣିବେ ପରିବର୍ତନ କାର୍ଯ୍ୟକ୍ରମେର ନବୀନ ନିବାସ ଘେରାଉ କଲା ପ୍ରଦେଶ ଛାତ୍ର କଂଗ୍ରେସ ଓଡ଼ିଶାର ଯୁବକ ଓ ଛାତ୍ରଙ୍କୁ ନବୀନ ସରକାର ୨୪ବର୍ଷ ଧରି ପ୍ରତାରିତ କରିଛନ୍ତି- ୟାସିର ନୱାଜ
ଭୁବନେଶ୍ୱର ତା. ୧୩.- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ “ଛାତ୍ର ଆଣିବେ ପରିବର୍ତନ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜମହଲ ଛକ ନିକଟରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଯାଉଥିବା ବେଳେ ଶିଶୁ ଭବନ ଛକଠାରେ ପୋଲିସ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭ୍ୟାନ ଯୋଗେ ଉଠାଇ ନେଇଥିଲେ । ସେଠାରେ ପୋଲିସ ଓ ଛାତ୍ର କଂଗ୍ରେସର କର୍ମକର୍ତାଙ୍କ ମଧ୍ୟରେ ପ୍ରବଳ ଧ୍ୱସ୍ତାଧ୍ୱସ୍ତି ହୋଇଥିଲା ଏବଂ ଟମାଟୋ ମାଡ଼ ମଧ୍ୟ କରାଯାଇଥିଲା ।
ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି ଯେ ନବୀନ ସରକାର ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ବର୍ଷକୁ ୨ଲକ୍ଷ ହିସାବରେ ଯେଉଁ ୪୮ଲକ୍ଷ ଚାକିରି ଦେବାର ଭରସା ଦେଇଥିଲେ ସେ ଚାକିରି ଗଲା କୁଆଡ଼େ? ତାର ଉତର ଏ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ଦିଅନ୍ତୁ । ବିରୋଧି ଦଳକୁ ଦୁର୍ବଳ କରିବାପାଇଁ ଏବଂ ବିରୋଧି ଦଳର ଛାତ୍ର ନେତୃତ୍ୱ ସୃଷ୍ଟ କରିନଦେବା ପାଇଁ ୨୦୧୮ ପରଠାରୁ ଓଡ଼ିଶାରେ ଅଗଣତାନ୍ତ୍ରିକ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି । ନବୀନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ୧୨ଟି ପ୍ରମୁଖ ସରକାରୀ ୟୁନିର୍ଭସିଟିରେ ୫୭ ପ୍ରତିଶତ ଶିକ୍ଷକ ନାହାନ୍ତି, ଯାହାର ସଂଖ୍ୟା ୧ ହଜାର । ୫୧ ଟି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ବିଶେଷ କରି ଉକôଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଭୃତି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୭୦ ପ୍ରତିଶତ ଅଧ୍ୟାପକ ନାହାନ୍ତି । କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ଠିକା ଅଧ୍ୟାପକ ଚଳାଇଛନ୍ତି । ଜାଲ ସାର୍ଟିଫିକେଟରେ ନାମ ଲେଖା ଚାଲିଛି । ସେହି ର୍ୟାକେଟରେ ବିଜୁ ଜନତା ଦଳର କର୍ମକର୍ତାମାନେ ସଂପୃକ୍ତ । କଲେଜ ଓ ୟୁନିର୍ଭସିଟିରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ଓ ସମର୍ଥକମାନେ ଆତଙ୍କରାଜ ଚଳାଇଛନ୍ତି । ଅନ୍ୟ ଦଳର ଛାତ୍ର ସଂଗଠନକୁ ମରଣାନôକ ଆକ୍ରମଣ କରୁଛନ୍ତି । କ୍ୟାମ୍ପସ ଭିତରେ ମହିଳା ଅସୁରକ୍ଷିତ । ର୍ୟାଗିଂ କ୍ଷେତ୍ରରେ ଦେଶର ୫ଟି ଶୀର୍ଷ ସ୍ଥାନରେ ଥିବା ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ଚତୁର୍ଥ । ବିଜେବି କଲଜେର ରୂଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ର୍ୟାଗିଂ ଯୋଗୁଁ ହୋଇଥିବା ବେଳେ ଏହି ଘଟଣାକୁ ସରକାର ଚପାଇ ଦେଇଛନ୍ତି । ଏହା କେବଳ ଗୋଟିଏ ଘଟଣା ନୁହେଁ ଏହା ଓଡ଼ିଶାର ଅଧିଙ୍କାଶ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ଘଟଣା । କିନ୍ତୁ ଯେଉଁ ଆଂଟି ର୍ୟାଗିଂ କମିଟି ଗଠନ କରାଯାଇଛି ଏହା କେବଳ ନାମକୁ ମାତ୍ର । ଉଚ୍ଚଶିକ୍ଷାନୁଷ୍ଠାନର ଭିତିଭୂମିର ବିକାଶ ନାମରେ ଯେଉଁ କାର୍ଯ୍ୟ ହେଉଛି ସେଥିରେ ସଂପୂର୍ଣ୍ଣ ଦୁର୍ନୀତି ପରିଲକ୍ଷିତ ହେଉଛି । କେଉଁଠି ଶିକ୍ଷାନୁଷ୍ଠାନର ଖେଳପଡ଼ିଆର ନବନର୍ମିତ ଗ୍ୟାଲେରି ଭୁଷୁଡ଼ି ପଡ଼ୁଛିତ କେଉଁଠି କାନ୍ଥ ଭୂଷୁଡ଼ି ପଡ଼ୁଛି । କମନ ରୋମ, ଟୟଲେଟ, ପାନୀୟଜଳ, ବିଜୁଳି ବ୍ୟବସ୍ଥା ଆଦିର ଘୋର ଅଭାବ । ଏପରିକି ରମାଦେବୀ ବିଶ୍ୱବିଦ୍ୟାଳୟର ପାନୀୟ ଜଳ ନଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶିକ୍ଷାନୁଷ୍ଠାନରେ ମୋଦୀ ଓ ନବୀନଙ୍କର ଫଟୋ ଲଗାଇବା ପ୍ରତିଯୋଗିତା ଚାଲିଛି । ଶିକ୍ଷାନୁଷ୍ଠାନର ମୌଳିକ ସମସ୍ୟାକୁ ପୂରଣ ନକରି ସମନ୍ୱିତ ଯୁବ ବିକାଶ ଏବଂ ନୂଆ-ଓ ଭଳି ଯେଉଁ ଯୋଜନା କରାଯାଇଛି ତାହା କେବଳ ଏ ରାଜ୍ୟର ଉପେକ୍ଷିତ ଛାତ୍ର ସମାଜକୁ ଭୂଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ । ଖେଳ,କୁଦ, ନାଚ,ଗୀତ ଓ ଭୋଜିଭାତରେ ଶିକ୍ଷାନୁଷ୍ଠାନ କମ୍ପୁଛି । ଶୈକ୍ଷୀକ ବାତାବରଣ ନଷ୍ଟ ହେଉଛି । ଗୁଣାତ୍ମକ ଶିକ୍ଷା ଦିଆଯାଉ ନାହିଁ । କେବଳ ନିର୍ବାଚନ ବେଳେ ଭୋଟ ହାତେଇବା ପାଇଁ ଏହା ଏକ ନାଟକାବାଜୀ । ଏ ସରକାର ୧୫ କୋଟି ଟଙ୍କାର ଛାତ୍ରବୃତି ଲୁଟ କରିଥିବାର ସିଏଜି ରିପୋର୍ଟ ଦେଇଛନ୍ତି । ଯେଉଁ ଛାତ୍ରବୃତି ଘୋଷଣା କରାଯାଇଛି ତାହା ୨୪ ବର୍ଷ ଭିତରେ କାହିଁକି ଘୋଷଣା କରାଗଲା ନାହିଁ? ନିର୍ବାଚନ ମାସକୁ ପୂର୍ବରୁ ଏହା ଘୋଷଣା କରାଗଲା କାହିଁକି? ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହା ଏବେ ବନ୍ଦ ହୋଇଯାଇଛି । କେବଳ ନିର୍ବାଚନ ଥିବାରୁ ଛାତ୍ରମାନଙ୍କୁ ପ୍ରଲୋଭିତ କରାଯାଉଛି । ଆଜି ରାଜ୍ୟରେ ୨ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୧୦ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ଚାହିଁ ବସିଛନ୍ତି । ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି । ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଛି ସେଥିରେ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ନାହିଁ । ଏଠି ତାମିଲ ଶାସନ ଯୋଗୁଁ ସବୁ କ୍ଷେତ୍ରରେ ଓଡ଼ିଆ ଯୁବକ ଯୁବତୀ ଉପେକ୍ଷିତ ହେଉଛନ୍ତି ।
ବିନା ଶିକ୍ଷକରେ ଚାଲିଛି ସ୍କୁଲ, କଲେଜ ଓ ୟୁନିର୍ଭସିଟି । ୩ ହଜାର ପ୍ରାଇମେରୀ ସ୍କୁଲରେ ଜଣେ ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି । ୭୫ ପ୍ରତିଶତ ସ୍କୁଲରେ ଖେଳପଡ଼ିଆ ନାହିଁ, ୩୪ ହଜାର ସ୍କୁଲରେ ଟୟଲେଟ ନାହିଁ, ୧୨ ହଜାର ସ୍କୁଲରେ ବିଜୁଳି ସଂଯୋଗ ନାହିଁ, ୪୨ ହଜାର ସ୍କୁଲରେ କମ୍ପୁ୍ୟଟର ବ୍ୟବସ୍ଥା ନାହିଁ, ୭ ହଜାର ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ ନାହିଁ, ୩୦ ପ୍ରତିଶତ ସ୍କୁଲରେ ପିଇବାପାଣି ନାହିଁ, ନାହିିଁ ନାହିଁରେ ଚାଲିଛି ଗଣଶିକ୍ଷା ବ୍ୟବସ୍ଥା । ଷଷ୍ଠ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହରଣ ଗୁଣନ ଆସୁନାହିଁ । ଦଶମ ଡ୍ରପଆଉଟ ସଂଖ୍ୟା ୫୦ ପ୍ରତିଶତ ବୋଲି ଲୋକସଭାରେ ରିପୋର୍ଟ ଅବସ୍ଥାପିତ ହୋଇଛି ।
ଏଣୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ବେକାର ଯୁବକଯୁବତୀ ବେସାହାରା, ଶିକ୍ଷାନୁଷ୍ଠାନରେ ଦୁର୍ନୀତି ଅନ୍ୟପକ୍ଷରେ ଖଣି,ପାଣି, ଡାଲି, ଚିଟଫଣ୍ଡ, ଛାତ୍ରବୃତି, ଜମି ଓ ସରକାର ଯୋଜନା ଲୁଟ ଓ ଦୁର୍ନୀତିରେ ନବୀନ ସରକାରର ଅସଲ ମୁଖା ଧରାପଡ଼ିଯାଇଛି । ଗାଁ ଗଣ୍ଡା ବୁଲି, ବଜାର ସହର ବୁଲି ଓଡ଼ିଶାର ଛାତ୍ର ସମାଜ ପରିବର୍ତନ ପାଇଁ ଜନାସଧାରଣଙ୍କୁ ସଚେତନ କରିବାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଆହ୍ୱାନ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ନିହାର ବେହେରା, ଗଣେଶ ଦାସ, ସୁନିଲ ମାଟିଆ, ବିଶ୍ୱଭୂଷଣ ମହାପାତ୍ର, ରଣଜିତ ସେନାପତି, ଅଖିଳେଶ ଯାଦବ, ସୁଦୀପ ସାମଲ, ଉଦିତ ପ୍ରଧାନ, ରଶ୍ମିରଞ୍ଜନ ବାରିକ, ନିଆଜୁଲ ଇସଲାମ, ସାହାରୁଖ ଖାନ, ଭାଗ୍ୟଶ୍ରୀ ମହାନ୍ତି, ଲିପ୍ସା ନାୟକ, ସୁଜନୀକା ରାଉତ, ସୂର୍ଯ୍ୟକାନ୍ତ ବାରିକ, ବଟକୃଷ୍ଣ ରାଉତରାୟ, କାର୍ତିକେଶ୍ୱର କାଣ୍ଡି, ଗୌତମ ସାହୁ, ସ୍ପନ୍ଦନ ସ୍ୱାଇଁ, ଆର୍ଯ୍ୟାନ ସାସମଲ, ନିତେଶ ବେହେରା, ସୌରଭ ପଟ୍ଟନାୟକ, ସାଗର ପଟ୍ଟନାୟକ, ବିଂରଚି ବାରିକ, ସନ୍ଦୀପ ରାଉତରାୟ, ସୌମ୍ୟବ୍ରତ ଷଣ୍ଢ, ସମୀର ରାଉତ, ସୁନିଲ ସାହୁ ଗାନ୍ଧୀ, ସୁରଜ ରାଉତ, ଅଙ୍କିତ ସାହୁ, ମିହିର ଆଚାର୍ଯ୍ୟ, ତରୁଣ ମିଶ୍ର, ଏସକେ ଅବଦୁଲ, ଆବ୍ରରାର, ଯୁବରାଜ ମହାନ୍ତି, ତୁଷାରକାନ୍ତି ତପସ୍ୱୀ, ମହମ୍ମଦ ପରଭେଜ, ବିଶ୍ୱଜିତ ସ୍ୱାଇଁ, ଦେବଦତ ଦାସ, ରାମପାଲ ହୋତା, ବାସୁଦେବ ସାହୁ, ମହମ୍ମଦ ତାକୁୱିନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।