ବାରବାଟିରେ ସ୍ବାଭିମାନୀ ଯୁବ-ଛାତ୍ର ମଞ୍ଚ ଓ ଯୁବ ଆଇନଜୀବି ଫୋରମ ଶତାଧିକ ୟୁନିଟ ରକ୍ତ ଦାନ କରି ଗାନ୍ଧୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା

ବାରବାଟିରେ ସ୍ବାଭିମାନୀ ଯୁବ-ଛାତ୍ର ମଞ୍ଚ ଓ ଯୁବ ଆଇନଜୀବି ଫୋରମ ଶତାଧିକ ୟୁନିଟ ରକ୍ତ ଦାନ କରି ଗାନ୍ଧୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା

କଟକ, ତା ୨/୧୦ – ଆଜି ବାରବାଟୀ ଷ୍ଟାଡିୟମରେ ସ୍ବାଭିମାନୀ ଯୁବ-ଛାତ୍ର ମଞ୍ଚ ଓ ଯୁବ ଆଇନଜୀବି ଫୋରମ ଆନୁକୁଲ୍ୟରେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ତଥା ଷୋଡଶ ଅନ୍ତର୍ଜାତିକ ଅହିଂଶା ଦିବସ ଅବସରରେ ଶତାଧିକ ୟୁନିଟ ରକ୍ତ ଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଛି I ଅନୁଷ୍ଠାନଦ୍ଵୟର ସଭାପତି ଆଡଭୋକେଟ ଡକ୍ଟର ବିପ୍ଲବ ଶିଳାଦିତ୍ୟ, ଯୁବନେତା ମନୋଜ ବିଶ୍ଵାଳ, ଶିଶିର ରଥ, ରତନ ସିହ୍ନା, ଜ୍ଞାନେନ୍ଦ୍ର ଗିରି ଗୋସ୍ଵାମୀ, ସଚିଦାନନ୍ଦ ରାଉତ, କାଳନ୍ଦି ଖୁଣ୍ଟିଆ, ଛାତ୍ରନେତା ଆଶୁତୋଷ ରାଉତ, ଆଡଭୋକେଟ ସଞ୍ଜୟ ଶେଠୀ, ସୌମ୍ୟ  ପ୍ରଧାନ, ଅଭିଜିତ ଦାସ, ଯୁବନେତା ଶିବ ଅଗ୍ରୱାଲ, ଦୀପକ ମହାନ୍ତି, ଆଡଭୋକେଟ ଦୁଷ୍ମନ୍ତ ସାହୁ, ବିକାଶ ମିଶ୍ର, ପ୍ରିୟରଞ୍ଜନ ସ୍ଵାଇଁ, ଅଭିଜିତ ବେହେରା, ସନ୍ତୋଷ ମହାପାତ୍ର, ସତ୍ୟ ଦାସ, ସୌମ୍ୟରଞ୍ଜନ ଓଝା, ଅନିତା ନାୟକ, ସମାଜସେବୀ ଭାରତି ଦାସ, ଶ୍ୟାମସୁନ୍ଦର ଶର୍ମା, ଜଲି ପ୍ରିୟା ମଲ୍ଲିକ, ପ୍ରମୁଖ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ I
         

ଏହି କାର୍ଯ୍ୟକ୍ରମରେ କଟକର ମେୟର ଶ୍ରୀଯୁକ୍ତ ସୁବାସ ସିଂହ ମୁଖ୍ୟ ଅତିଥି ଓ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ଆଡଭୋକେଟ ଶଶିଭୂଷଣ ଦାସ, ହାଇକୋର୍ଟ ବାରର ପୂର୍ବତନ ସମ୍ପାଦକ ଆଲୋକ କୁମାର ନନ୍ଦ, ଆଇନଜୀବୀ ସାନ୍ତାୟନ ମିଶ୍ର, ସମାଜସେବୀ ପିଙ୍କିସ ପ୍ରଧାନ, ବାର କାଉନସିଲ ସଭ୍ୟ ଅରୂପାନନ୍ଦ ଦାସ ଓ ଆତ୍ମପ୍ରକାଶ ମହାନ୍ତି,  ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ସଭାପତି ଡାକ୍ତର ଦେବାଶିଷ ନାୟକ,  ଡାକ୍ତର ରବିନାରାୟଣ ଶତପଥୀ,  ଆଡଭୋକେଟ ସନ୍ତୋଷ ଦାସ, ପ୍ରଫୁଲ୍ଲ ପ୍ରଧାନ, ଅଶୋକ ସ୍ଵାଇଁ, ଶୌଭିକ ବିଶ୍ଵାଳ, ଅମିତାଭ ନାୟକ, ପ୍ରଦୀପ୍ତ କୁମାର ମହାନ୍ତି, ପଦ୍ମାଳୟା ମହାପାତ୍ର, କୋର୍ପୋରେଟର ବସନ୍ତ କୁମାର ବେହେରା ଓ ମହମ୍ମଦ ଇଫ୍ତିକର ଆଲାମ, ସମାଜସେବୀ ବିଶ୍ଵଜିତ ଦାସ, ଗୌତମ ପଟନାୟକ, ଅଂଶୁମାନ ବୋସ,  ରମା ଗୋଛାୟତ ପ୍ରମୁଖ ଅତିଥିଭାବେ ଯୋଗଦାନକରି ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ I