ବିଜେପିର କକ୍ଷ ତ୍ୟାଗ, ଧାରଣା
BJP STRIKE IN ASSEMBLY

ଭୁବନେଶ୍ୱର: ଆରମ୍ଭ ହେଲା ବଜେଟ ଅଧିବେଶ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କ ଅଭିଭାଷଣରୁ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଛି । ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ବିଧାନସଭା ବଜେଟ ଅଧିବେଶନ ବିରୋଧୀଙ୍କ ବିରୋଧରେ କମ୍ପିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ହିଁ ହୋଇଛି ।
ପ୍ରଥମେ କଂଗ୍ରେସ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଥିବାବେଳେ ଏବେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି । କେବଳ ବର୍ଜନ କରିନାହାନ୍ତି ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି । କକ୍ଷ ତ୍ୟାଗ କରିବା ସହ ବିଧାନସଭା କକ୍ଷ ପ୍ରବେଶ ପଥରେ ବିଜେପି ସଦସ୍ୟ ଧାରଣା ଦେଇଛନ୍ତି । ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ବିଜେପି ସଦସ୍ୟ ଧାରଣା ଦେଇଛନ୍ତି ।
ପ୍ରଥମେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରୁ କରୁ ହିଁ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ପ୍ରତିବାଦ ଜଣାଇଥିଲେ । ନବ ଦାସ ହତ୍ୟା ମାମଲା ଓ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ପ୍ରତିବାଦ ଜଣାଇଥିଲେ । ରାଜ୍ୟପାଳ ଅଭିଭାଷଣ ଦେଉଥିବାବେଳେ ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ । ଏପରିକି ବିଧାୟକ ଦଳନେତା ନରସିଂହ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ ।