ବିଧାନସଭାରେ କଂଗ୍ରେସର ପ୍ରତିବାଦ

ASSEMBLY

ବିଧାନସଭାରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର: ଆରମ୍ଭ ହେଲା ବଜେଟ ଅଧିବେଶ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କ ଅଭିଭାଷଣରୁ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଛି । ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ବିଧାନସଭା ବଜେଟ ଅଧିବେଶନ ବିରୋଧୀଙ୍କ ବିରୋଧରେ କମ୍ପିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ହିଁ ହୋଇଛି ।

ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରୁ କରୁ ହିଁ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି ।  ବାଚସ୍ପତିଙ୍କ ପୋଡ଼ିୟମ ତଳେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ପ୍ରତିବାଦ ଜଣାଇଛନ୍ତି ।  ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ପ୍ରତିବାଦ ଜଣାଇଛନ୍ତି ।  ରାଜ୍ୟପାଳ ଅଭିଭାଷଣ ଦେଉଥିବାବେଳେ ହୋହାଲ୍ଲା ଓ ପାଟିତୁଣ୍ଡ କରିଛନ୍ତି । ଏପରିକି  ବିଧାୟକ ଦଳନେତା ନରସିଂହ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଛନ୍ତି ।