ଅଁଳାର ଅନେକ ଉପକାରୀ ଗୁଣ, ଜାଣନ୍ତୁ

ଅଁଳାର ଅନେକ ଉପକାରୀ ଗୁଣ, ଜାଣନ୍ତୁ

 ଅଁଳା ଗୋଟିଏ ଛୋଟ କୋଳି ବା ଫଳ। ଏହାର ସ୍ୱାଦ ଅଳ୍ପମିଠା ଓ ଖଟାମିଶା କଷା। କିନ୍ତୁ ସ୍ୱାଦ ମଧୁର ନହେଲେ ମଧ୍ୟ ଏହାର ଉପକାରିତା ଅନେକ।

ଅଁଳାର ଅନେକ ନାମ ମଧ୍ୟରୁ ଗୋଟିଏ ହେଉଛି ‘ଧାତ୍ରୀ’; କାରଣ ଏହା ଆମକୁ ଧାଈ ପରି ପାଳନ କରେ। ଏହାର ଆଉ ଗୋଟିଏ ନାମ ‘ଅମୃତା’; କାରଣ ଏହା ଆମର ଜୀବନୀଶକ୍ତିକୁ ସ୍ଫୂର୍ତ୍ତ କରେ। ଏହାର ଉପକାରିତା ଏତେ, ଯେ କାର୍ତ୍ତିକ ଶୁକ୍ଳ ନବମୀ ବା ଅଁଳା ନବମୀରେ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥ ଅଁଳା ମାଳ ପିନ୍ଧିଥାଆନ୍ତି।

ଅଁଳାର ଉତ୍ପତ୍ତି କିପରି ହେଲା, ସେ ସଂପର୍କରେ ଗୋଟିଏ ଉପାଖ୍ୟାନ ଅଛି, ଯେ ଲକ୍ଷ୍ମୀ ଓ ସରସ୍ୱତୀ ଦୁହେଁ ଗୋଟିଏ ନୂଆ ପଦାର୍ଥରେ ପୂଜା କରିବାପାଇଁ ଚିନ୍ତା କରିବାରୁ ତାଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଲା। ସେହି ଆନନ୍ଦାଶ୍ରୁରୁ ଅଁଳାର ସୃଷ୍ଟି ହେଲା।

ଅନ୍ୟ ଏକ ଉପାଖ୍ୟାନ ଅନୁସାରେ, ଏକଦା ପାର୍ବତୀ ଓ ଲକ୍ଷ୍ମୀ ବଣଭୋଜି କରିବାକୁ ଯାଇଥିଲେ ଏବଂ ଖାଇ ବସିଲାବେଳକୁ ଦେଖାଗଲା, ଯେ ପାଣି ଛଡ଼ାଇବା ପାଇଁ ପାର୍ବତୀ ବେଲପତ୍ର ନେଇ ନାହାନ୍ତି କି ଲକ୍ଷ୍ମୀ ତୁଳସୀପତ୍ର ନେଇ ନାହାନ୍ତି। ସେହି ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଲେ ଏବଂ ସେଥିପାଇଁ ଅଁଳା ଫଳକୁ ବ୍ୟବହାର କରିବାକୁ କହିଲେ। ଏଥିରୁ ଅଁଳାର ମହତ୍ତ୍ୱ ପ୍ରଦିପାଦିତ ହୁଏ।