ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ମାମଲା, ୧୦ ଶିକାରୀ ଗିରଫ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳିକରି ହତ୍ୟା ମାମଲାରେ ମୟୂରଭଞ୍ଜ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି କ୍ଷ ଗିରଫ ଅଭିଯୁକ୍ତମାନେ ସମସ୍ତେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲ୍ ବେଡା ଗ୍ରାମର ବୋଲି ଜଣା ପଡିଛି କ୍ଷ ସେମାନେ ହେଲେ ତୁରୀ କାଣ୍ଡେୟାନ (୩୦), ରାମାଇ କାାଣ୍ଡେୟାନ(.୬୧),ମୋରା ହୋ (୪୩) ମାଣିକରାମ କାଣ୍ଡେୟାନ (୪୩), ଗୋପବନ୍ଧୁ କାଣ୍ଡେୟାନ (୩୨), ଦିଲ୍ଲିପ କାଣ୍ଡେୟାନ (୨୫) , ରାମ ସିଂ ଗୁନ୍ଦୁଆ (୩୪), ସିଙ୍ଗ ହୋ (୩୨), ଗମେୟା ହୋ ୨୫ ଏବଂ ଚମ୍ପାଇ ହୋ (୨୬) କ୍ଷ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ , ୨ଟି ଧନୂତୀର ସହିତ ବାଉଁଶ ଲାଠି ଜବତ ହୋଇଛି। ଏ ନେଇ ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି କ୍ଷ
ଏଠାରେ ସୂଚନା ଯୋଗ୍ୟ ଯେ,ଗତ ୧୬ ତାରିଖରେ ବିଳମ୍ବିତ ରାତ୍ରରେ ଶିମିଳିପାଳ ଅଭ୍ୟାୟରଣ ଉପର ବାର୍ହାକାମୁଡ଼ା ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବନବିଭାଗ ଓ ଶିକାରୀ ମୁହାଁମୁଁହି ହୋଇଥିଲେ। ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ଫରେଷ୍ଟର ମାଥି ହାଁସଦା ଶହୀଦ୍ ହୋଇଥିଲେ କ୍ଷ ଏହି ଘଟଣାର ୮ ଦିନ ପରେ ମୟୂରଭଞ୍ଜ ପୁଲିସ ୧୦ଜଣଙ୍କୁ ଗିରଫ କରିଛି କ୍ଷ ଏ ପ୍ରସଙ୍ଗରେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ବାଟୁଲା ଗଙ୍ଗାଧର ଏକ ସମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।




admin 