ପ୍ରିୟଙ୍କାଙ୍କ ମାଷ୍ଟରଷ୍ଟ୍ରୋକ, ଖେଳିଲେ ମହିଳା କାର୍ଡ
ପ୍ରିୟଙ୍କାଙ୍କ ମାଷ୍ଟରଷ୍ଟ୍ରୋକ, ଖେଳିଲେ ମହିଳା କାର୍ଡ
ଲକ୍ଷନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଗେମ ପ୍ଲାନ । ମହିଳା କାର୍ଡ ଖେଳିଛି କଂଗ୍ରେସ। ୟୁପି ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବ। ଏଥିପାଇଁ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ମହିଳାଙ୍କୁ ଟିକେଟ ଦେବ! ଆଜି କଂଗ୍ରେସ ମହାସଚିବ ତଥା ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଏପରି ଘୋଷଣା କରିଛନ୍ତି।ଉତ୍ତର ପ୍ରଦେଶରେ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଏହି ବଡ଼ ଘୋଷଣା କରିଛନ୍ତି!
ସେ କହିଛନ୍ତି, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନେ ପୂର୍ଣ୍ଣମାତ୍ରାରେ ଭାଗନେବେ। ତେଣୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଦଳ ପକ୍ଷରୁ ମୋଟ ୪୦% ଟିକେଟ ମହିଳାଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ନିଷ୍ପତ୍ତି ହୋଇଛି। କଂଗ୍ରେସ ୟୁପିରେ ଯେତିକି ଆସନରେ ପ୍ରାର୍ଥୀ ଦେବ, ତା’ର ୪୦% ସିଟରେ ମହିଳାମାନେ ଲଢ଼େଇ କରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମହିଳାମାନେ ଆଗକୁ ଆସିଲେ ହିଁ ପ୍ରକୃତ ବିକାଶ ହେଇପାରିବ, ଏଥିପାଇଁ କଂଗ୍ରେସ ସଂକଳ୍ପବଦ୍ଧ! ପ୍ରିୟଙ୍କାଙ୍କ ଲଗାତାର କାର୍ଯ୍ୟକ୍ରମ ୟୁପିରେ କଂଗ୍ରେସ ଶିବିରରେ ଜୋସ ଭରିଛିl




admin 