ନିର୍ବାଚନ ପାଇଁ କରିଥିଲେ, କାମ ସରିବାରୁ ବନ୍ଦ କଲେ : ବିରୋଧୀ

ନିର୍ବାଚନ ପାଇଁ କରିଥିଲେ, କାମ ସରିବାରୁ ବନ୍ଦ କଲେ : ବିରୋଧୀ

 ନିର୍ବାଚନ ପାଇଁ କରିଥିଲେ, କାମ ସରିବାରୁ ବନ୍ଦ କଲେ : ବିରୋଧୀ
ଭୁବନେଶ୍ୱର: ବିଜୁ ଯୁବ ବାହିନୀ ବନ୍ଦ ହେବାକୁ ନେଇ ବିରୋଧଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି । ନିର୍ବାଚନ ପାଇଁ କରିଥିଲେ, କାମ ସରିବାରୁ ବନ୍ଦ କଲେ ବୋଲି ବିରୋଧୀଙ୍କ ପକ୍ଷରୁ କହାଯାଇଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ସରକାର ନିର୍ବାଚନ ପାଇଁ ବିଜୁ ଯୁବ ବାହିନୀ କରିଥିଲେ । ନିର୍ବାଚନ ପରେ ଆଉ ଦରକାର ପଡ଼ିଲାନି । ସାଧାରଣ ଲୋକଙ୍କ ପଇସା ସରକାର ଏମିତି ଆତ୍ମସାତ ନକରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି । ସେହିପରି ଆମ ଆରୋପ ସତ ହେଲା ବୋଲି କହିଛନ୍ତି ଅଧିରାଜ ପାଣିଗ୍ରାହୀ । ସେ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜୁ ଯୁବ ବାହିନୀ କରିଥିଲେ । ଆମେ ଗୁଣ୍ଡା ବାହିନୀ ବୋଲି କହୁଥିଲୁ । କାମ କରିବା ପରେ ବନ୍ଦ କରିଦେଲେ, ଆମ ଅନୁମାନ ସତ ହେଲା । ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ ବୋଲି ଅଧିରାଜ କହିଛନ୍ତି । ପ୍ରକାଶ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀକୁ ବନ୍ଦ କରିଦିଆଯାଇଛି । ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଚଳିତ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ଏବେ କୌଣସି ଜାଗାରେ ବିଜୁ ଯୁବ ବାହିନୀ ଦ୍ୱାରା କିଛି କାର୍ଯ୍ୟ କରାଯାଉନି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବବାହିନୀ ନାଆଁରେ ଏକ ସଂଗଠନ ଖୋଲିଥିଲେ। ବିଜୁ ଯୁବ ବାହିନୀକୁ ବିରୋଧୀମାନେ ଗୁଣ୍ଡା ବାହିନୀ ବୋଲି ଅଭିଯୋଗ କରିଆସୁଥିଲେ । ବିଜୁ ଯୁବ ବାହିନୀ ସଭ୍ୟଙ୍କ ନାମରେ ବହୁ ସଙ୍ଗୀନ ଅଭିଯୋଗ ଆସୁଥିଲା । କେଉଁଠି ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟର ଅଭିଯୋଗ ଆସୁଥିଲା ତ ଆଉ କାହା ନାମରେ ସଂଗୀନ ଅପରାଧିକ ମାମଲା ଥିବା କୁହାଯାଉଥିଲା । ଯାହାକୁ ନେଇ ବିଜେପି ଓ କଂଗ୍ରେସର ଯୁବକ କାର୍ୟ୍ୟକର୍ତ୍ତାମାନେ ବିଜେଡିକୁ ଘେରିବାରେ ସମର୍ଥ ହେଉଥିଲେ ।