ତୁଷୁରା ପ୍ରାଣୀ ଚିକିତ୍ସ।ଳୟର ଅଜବ ନୀତି, ପ୍ରାଣୀ ଚିକିତ୍ସ।ଅଧିକାରୀ ବଦଳରେ କାମ କରୁଛନ୍ତି କ୍ୱାକ

ତୁଷୁରା ପ୍ରାଣୀ ଚିକିତ୍ସ।ଳୟର ଅଜବ ନୀତି, ପ୍ରାଣୀ ଚିକିତ୍ସ।ଅଧିକାରୀ ବଦଳରେ କାମ କରୁଛନ୍ତି କ୍ୱାକ

 ତୁଷୁରା ପ୍ରାଣୀ ଚିକିତ୍ସ।ଳୟର ଅଜବ ନୀତି, ପ୍ରାଣୀ ଚିକିତ୍ସ।ଅଧିକାରୀ ବଦଳରେ କାମ କରୁଛନ୍ତି କ୍ୱାକ
ବଲାଙ୍ଗିର ଜିଲା ତୁଷୁରା ପ୍ରାଣୀ ଚିକିତ୍ସ।ଳୟରେ ଚିକିତ୍ସ।ଧିକାରୀଙ୍କ ବଦଳରେ ଘରୋଇ କ୍ଳାକ ମାନେ କାର୍ଯ୍ୟ କରୁଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତୁଷୁରା ସହରରେ । ତୁଷୁରା ସହର ସ୍ଥିତ ବାଲିକା ହାଇସ୍କୁଳ ପଛ ପଟରେ ଏକ ଗାଈ ପଡି ଛଟପଟ ହେଉଥିବା ଦେଖି ତୁରନ୍ତ ସ୍ଥାନୀୟ ଲୋକେ ପ୍ରାଣୀ ଚିକିତ୍ସ।ଧିକାରୀଙ୍କୁ ଫୋନ କରି ଉକ୍ତ ଗାଈର ଚିକିତ୍ସ। ପାଇଁ ଅନୁରୋଧ କରିଥିଲେ । ଏପରିକି ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟ ମାନେ ଯାଇ ମଧ୍ୟ ଚିକିତ୍ସ।ଧିକାରୀଙ୍କୁ ଘଟଣା ସ୍ଥଳକୁ ଯିବା ପାଇଁ ଅନୁରୋଧ କରିଥିଲେ । ଚିକିତ୍ସ।ଳୟରୁ ମାତ୍ର ଏକ କିଲୋମିଟର ଦୂର ଘଟଣା ସ୍ଥଳ ହୋଇଥିଲେ ମଧ୍ୟ ନିଜ କର୍ମଚାରୀ ଆସିଲେ ଯିବ ବୋଲି ରୋକଠୋକ ମନା କରିଦେଇଥିଲେ । କିଛି ସମୟ ପରେ ଜଣେ କର୍ମଚାରୀ ଆସିଥିବା ବେଳେ ଉକ୍ତ କର୍ମଚାରୀ ଜଣକ ଘରୋଇ ଚିକିତ୍ସ। କରିଥାନ୍ତି ବୋଲି କହିଥିଲେ । ଏହି ସମୟ ମଧ୍ୟରେ ଉକ୍ତ ଗାଈର ପ୍ରାଣବାୟୁ ଉଡି ଯାଇଥିଲା । ଜଣେ ନିରିହ ପଶୁର ଜୀବନ ଡାକ୍ତରଙ୍କ ଠିକ ସମୟରେ ଚିକିତ୍ସ। ନକରିବାରୁ ଚାଳିଯାଇଥିବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି