ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ : ବିଏମସି କମିଶନର

ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ : ବିଏମସି କମିଶନର

 ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ : ବିଏମସି କମିଶନର
ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଟିକା ଦିଆଯିବା ପ୍ରସଙ୍ଗରେ ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଟିକାକରଣ ପାଇଁ ଭୁବନେଶ୍ୱରରେ ୩୧ଟି ଘରୋଇ ହସ୍ପିଟାଲ ଚୟନ କରିଥିଲୁ । କିନ୍ତୁ ଏଯାଏ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାନାହିଁ । ଆମ ପାଖକୁ ୧.୫ ଲକ୍ଷ ଟିକା ଆସିଥିଲା । ସେଥିପାଇଁ ସ୍ଲଟ ବୁକିଂ ହୋଇଯାଇଛି । ୧୯ ତାରିଖ ପର୍ଯ୍ୟନ୍ତ ସ୍ଲଟ ବୁକିଂ ସରିଥିବାରୁ ସେସବୁ କ୍ୟାନସେଲ କରାଯାଇ ପାରିବନି । ଆମ ପାଖକୁ ଆଉ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦେବା ବ୍ୟବସ୍ଥା କରିବୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ପ୍ରକାଶ ଯେ, ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ତେବେ ସବୁ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କୁ ଛିଡ଼ା ହେବାକୁ ପଡ଼ୁଥିବାବେଳେ ସେଠାରେ ସାମାଜିକ ଦୂରତାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି ।