ପୁରୀରେ ସକାଳ ୬ଟାରୁ ଟିକା ପାଇଁ ଦିଆଯିବ ଟୋକନ

ପୁରୀରେ ସକାଳ ୬ଟାରୁ ଟିକା ପାଇଁ ଦିଆଯିବ ଟୋକନ

ପୁରୀରେ ସକାଳ ୬ଟାରୁ ଟିକା ପାଇଁ ଦିଆଯିବ ଟୋକନ
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ତେବେ ସବୁ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କୁ ଛିଡ଼ା ହେବାକୁ ପଡ଼ୁଥିବାବେଳେ ସେଠାରେ ସାମାଜିକ ଦୂରତାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି । ତେବେ ପୁରୀରେ ଭିଡ଼ ଏଡ଼ାଇବା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଧାଡ଼ିରେ ଥିବା ଲୋକମାନଙ୍କୁ ସକାଳ ୬ରୁ ଟୋକନ ଦିଆଯିବ । ଧାର୍ଯ୍ୟ ୨୦୦ ଲୋକଙ୍କୁ ଟୋକନ ଦେଲା ପରେ ଅନ୍ୟମାନେ ଫେରିଯିବେ । ଟୋକନ ପାଇଥିବା ସେହି ୨୦୦ ଲୋକ ରହିବେ । ଅନ୍ୟମାନେ ଫେରିଯିବେ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରୁ ଫେରୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି । ନେଗେଟିଭ ରିପୋର୍ଟ ଥିଲେ ହୋମ କ୍ୱାରେଣ୍ଟାଇନ ଓ ପଜିଟିଭ ଥିଲେ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ହେଲପଲାଇନ ଜାରି କରାଯାଇଥିବା ଏସପି କହିଛନ୍ତି ।