ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ
ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର : ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ରେ ମାଟ୍ରିକ୍ ପାରୀକ୍ଷା କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନ୍ ମାନି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ତେବେ ମାଟ୍ରିକ୍ ରେଜଲ୍ଟ ବାହାରିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉକôଣ୍ଠା ରହିଥିଲା ।
ତେବେ ବହୁ ପ୍ରତୀକ୍ଷିତ ମାଟ୍ରିକ୍ ପରୀକ୍ଷା ରେଜଲ୍ଟକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇଛି । ରେଜଲ୍ଟକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ସରିଛି ବୋଲି ସେ କହିଛନ୍ତି ।




admin 