ଏମିତି କରନ୍ତୁ, ସୁନ୍ଦର ଦେଖାଯିବେ
ଏମିତି କରନ୍ତୁ, ସୁନ୍ଦର ଦେଖାଯିବେ
ଭୁବନେଶ୍ୱର : ଯଦି ଆପଣଙ୍କ କେଶ ଓଦା ହୋଇଛି ତାକୁ କମ୍ ସମୟରେ ଶୁଖାଇବା ଏତେ ସହଜ ହୋଇ ନ ଥାଏ । ଏଥିଲାଗି ଓଦା କେଶକୁ ଏକ ଟାୱେଲରେ ଗୁଡ଼ାଇ ରଖିବା ପରେ ତାକୁ ଡ୍ରାୟର ସାହାଯ୍ୟରେ ଶୁଖାନ୍ତୁ ।
ଟାଣ ନଖକୁ କାଟିବା ସହଜ ହୋଇ ନ ଥାଏ । କେବେ କେବେ ଆମ ନଖ ଏତେ ଟାଣ ହୋଇଯାଇଥାଏ ଯେ ତାକୁ କାଟିବା ଓ ସେପ୍ ଦେବା ଏତେ ସହଜ ହୋଇ ନ ଥାଏ । ଗାଧୋଇବା ସମୟରେ ଆପଣଙ୍କ ନଖକୁ କିଛି ସମୟ ପାଣିରେ ବୁଡ଼ାଇ ରଖନ୍ତୁ । ପୁଣି କାମ କରନ୍ତୁ ଯେମିତିକି କପଡ଼ା ସଫା କରିବା,ବାସନ ମଜା ଏବଂ ଆଉ କିଛି କାମ କରିପାରିବେ । ଏହାପରେ ନଖ ନରମ ହୋଇଯାଏ, ଯାହାଦ୍ୱାରା ନଖ ଶେପ୍ ଦେବା ଏବଂ କାଟିବା ସହଜ ହୋଇଯିବ ।
ଆଜିକାଲି ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି ଏଥିପାଇଁ ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି, ଏଥିସହ ଫେସିଆଲ୍ କରିଥାନ୍ତି । ଫେସିଆଲ୍ କରିବା ସମୟରେ କିଛି କଥା ଉପରେ ନଜର ଦେବା ନିହାତି ଜରୁରୀ । ଆପଣ ଲକ୍ଷ୍ୟକରିଥିବେ କି ଯେତେବେଳେ ଫେସିଆଲ୍ କରୁଛନ୍ତି ସେହି ସମୟରେ ଆପଣଙ୍କ ମୁହଁ ଲାଲ୍ ହୋଇଯାଉଛି । ତେବେ ଏହି ସମୟରେ ସ୍ପ୍ରେ ବଟଲ ସାହାଯ୍ୟରେ ମୁହଁକୁ ଥଣ୍ଡା ପାଣିରେ ସ୍ପ୍ରେ କରନ୍ତୁ । ଏପରି କଲେ ମୁହଁ ଜ୍ୱଳନ ହେବନାହିଁ ।
ଆପଣଙ୍କୁ ଯଦି କେଉଁଠିକୁ ଯିବାର ଥାଏ ତେବେ ଆପଣ ନେଲ୍ପଲିସ୍ ଲଗାଇଲେ ତାହା ସହଜରେ ଶୁଖି ନ ଥାଏ । ଏଥିପାଇଁ ଆପଣ ପ୍ରଥମେ ନେଲ୍ ପଲିସ୍ ଲଗାଇ ତାକୁ କିଛି ସମୟ ପାଣିରେ ବୁଡ଼ାଇ ଦିଅନ୍ତୁ । ଏହାଦ୍ୱାରା ନେଲ୍ପଲିସ୍ ଜଲଦି ଛାଡ଼ି ନ ଥାଏ ଓ ଶୁଖାଇବାକୁ ହେଲେ ହେୟାର ଡ୍ରାଏ ବ୍ୟବହାର କରିପାରିବେ ।
କେଶ ଧଳା ହୋଇଯାଇଥିଲେ
ଯଦି ଆପଣଙ୍କୁ ଜଲଦି ଯିବାର ଅଛି କୌଣସି ମିଟିଂ କିମ୍ବା ପାର୍ଟିରେ, ତେବେ ସେ ସମୟରେ ତ ଆପଣ କେଶକୁ କଲର କରିପାରିବେ ନାହିଁ । ଏଥିଲାଗି ଆପଣ ନିଜର କିଛି ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କଳାପାରିବେ । ଯେମିତିକି ମସ୍କରା ବ୍ୟବହାର କରି ଧଳା କେଶକୁ କଳା କରିପାରିବେ ।




admin 