ଏ. ଚେଲ୍ଲା କୁମାରଙ୍କ ଛଅଦିନିଆ ଓଡ଼ିଶା ଗସ୍ତ
ଏ. ଚେଲ୍ଲା କୁମାରଙ୍କ ଛଅଦିନିଆ ଓଡ଼ିଶା ଗସ୍ତ
admin
Oct 5, 2020 - 12:34
Updated: Oct 5, 2020 - 12:34
ଭୁବନେଶ୍ବର : ଓଡ଼ିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲ୍ଲା କୁମାର ଆସନ୍ତାକାଲି ମଙ୍ଗଳବାର ଇଣ୍ଡିଗୋ ବିମାନ ଯୋଗେ ଅପରାହ୍ନ 5 ଘଟିକା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧା ପୁରୀ ଅଭିମୁଖେ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ବରରେ ରାତ୍ରିଯାପନ କରିବେ । 7 ଅକ୍ଟୋବରର ବୁଧବାର ଦିବା 10 ଘଟିକାରେ କଂଗ୍ରେସ ଭବନଠାରେ ଡ. କୁମାରଙ୍କୁ ପିସିସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନ ତିନି ଘଟିକାରୁ 6 ଘଟିକା ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ପ୍ରାକ୍ତନ ସଭାପତି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ବିରୋଧୀ ଦଳ ନେତା, ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଗୋଟି ଗୋଟି କରି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ଘ. 6.30 ମି.ସମୟରେ ଡ. କୁମାର ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେବେ । 8 ଅକ୍ଟୋବର ଗୁରୁବାର ଦିନଦିବା 9 ଘଟିକାରୁ 10 ଘଟିକା ମଧ୍ୟରେ ବାକି ରହିଯାଇଥିବା ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀମାନଙ୍କୁ ସାକ୍ଷାତ ପରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଗସ୍ତ କରି 11.30 ମି. ସମୟରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଉପଲକ୍ଷେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ । ଅପରାହ୍ନ ଘ. 3. 30 ସମୟରେ କଟକ ସମାଜ କାର୍ଯ୍ୟାଳୟରେ ପହଞ୍ଚି ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଅପରାହ୍ନ ଘ. 4.30ମି.ରୁ ରାତ୍ର 8 ଘଟିକା ପର୍ଯ୍ୟନ୍ତ ବାକି ରହିଯାଇଥିବା ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର 9 ଶୁକ୍ରବାର କଂଗ୍ରେସ ଭବନରେ ଦିବା ଘ. 9.20 ମିନିଟ୍ରୁ 10 ଘଟିକା ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. 10.05 ମିନିଟ୍ରୁ ଘ. 10.35 ମିନିଟ୍ ରାଜ୍ୟ ଓ ଜିଲ୍ଲା ଛାତ୍ର କଂଗ୍ରେସ ନେତୃମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା, ଘ. 10.40 ମିନିଟ୍ରୁ ଘ. 11.10 ମିନିଟ୍ ରାଜ୍ୟ ଓ ଜିଲ୍ଲା ସେବାଦଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା, ଘ. 11.50 ମିନିଟ୍ରୁ ଘ. 12.10 ମିନିଟ୍ ରାଜ୍ୟ ଓ ଜିଲ୍ଲା ଆଇ.ଏନ୍.ଟି.ୟୁ.ସି. ସଭାପତି ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା, ଘ. 12.12ରୁ ଘ. 12.40 ମି. ପର୍ଯ୍ୟନ୍ତ ପିସିସି ପ୍ରଶିକ୍ଷଣ ପ୍ରଭାରୀ ଓ ସଂଯୋଜକଗଣଙ୍କ ସହ ଆଲୋଚନା, ଘ. 12.41 ମି.ରୁ ଘ. 1.03 ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲାର କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା, ଘ. 01.05 ମିରୁ ଘ. 1.20 ମିନିଟ୍ ରାଜ୍ୟ ଓ ଜିଲ୍ଲା ଦଳିତ ସେଲ୍ ସଭାପତି ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ଘ. 3.50 ମି.ରେ କଂଗ୍ରେସ ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଡ. ଏ. ଚେଲ୍ଲାକୁମାର ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ପୁନର୍ବାର 5 ଘଟିକାରୁ ଘ. 5.20 ମିନିଟ୍ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଆଦିବାସୀ ସେଲ୍ ସଭାପତି ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା, ଘ. 5.25ମି.ରୁ ଘ. 5.45ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଓ କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା, ସନ୍ଧ୍ୟା ଘ. 5.50 ମି.ରୁ ଘ. 6.05ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଓ କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. 6.55 ମି. ରୁ ଘ. 7.10 ମି. ପର୍ଯ୍ୟନ୍ତ ରାଜ୍ୟ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର କର୍ମକର୍ତ୍ତାଙ୍କ ସହ ଆଲୋଚନା, ଘ. 7.15 ମି.ରୁ ଘ. 7.35 ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଆଇନଜୀବୀ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. 7.40ମିରୁ ଘ. 8.00 ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ମାନବିକ ଅଧିକାର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା, ଘ. 8.02 ମି.ରୁ ଘ. 8.12 ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଅଣସଂଗଠିତ ଶ୍ରମିକ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଆଲୋଚନା ଥିବାବେଳେ ଘ. 8.13 ମି.ରୁ ଘ. 8.23 ମି. ପର୍ଯ୍ୟନ୍ତ ରିସର୍ଚ୍ଚ କଂଗ୍ରେସର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । 10 ଅକ୍ଟୋବର ଶନିବାର ଡ. କୁମାର ବାଲେଶ୍ବର ଅଭିମୁଖେ ଗସ୍ତ କରି କିଶାନ ବଚାଓ ରାଲି ଓ ଭାରେ ଯୋଗ ଦେବା ସହ ବାଲେଶ୍ବର ସଦର ଉପନିର୍ବାଚନ ବୈଠକରେ ଯୋଗଦେଇ ଭୁବନେଶ୍ବରରେ ରାତ୍ରିଯାପନ ସହ 11 ତାରିଖ ସକାଳ 9ଘଟିକା 40 ମିନିଟ୍ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ ଗଣମାଧ୍ୟମ ବନ୍ଧୁମାନଙ୍କୁ ଅବଗତ କରାଯାଉଛି ।
କୋଭିଡ୍ 19ର ସମସ୍ତ ନିୟମକୁ ଅନୁପାଳନ କରି ନିର୍ଦ୍ଦିଷ୍ଟ ସମୟରେ ଯୋଗଦେଇ କାର୍ଯ୍ୟକ୍ରମ ସମାପନ ସହ ଭିଡରୁ ନିବୃତ୍ତ ରହିବାକୁ ନିବେଦନ କରାଯାଉଛି ।