ଆଜି ମହାଶିବରାତ୍ରୀ , ଶୈବ ପୀଠ ଚଳଚଞ୍ଚଳ

ଆଜି ମହାଶିବରାତ୍ରୀ , ଶୈବ ପୀଠ ଚଳଚଞ୍ଚଳ

 ଆଜି ମହାଶିବରାତ୍ରୀ , ଶୈବ ପୀଠ ଚଳଚଞ୍ଚଳ
ଭୁବନେଶ୍ୱର : ଆଜି ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଶୈବ ପୀଠରେ ଚାଲିଛି ଭୋଲା ବାବାଙ୍କ ପୂଜାର୍ଚ୍ଚନା । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ରହିଛି । କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସେଠାରେ ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ବାବାଙ୍କ ଦର୍ଶନ କରୁଛନ୍ତି । କଟକର ପ୍ରସିଦ୍ଧ ପରମହଂସ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି, ମାତ୍ର ସେଠାରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । କୋଭିଡ କଟକଣା ମଧ୍ୟରେ ମନ୍ଦିର ଭିତରେ ଦୀପ ଜାଳିବେ ଭକ୍ତ । ସେହିପରି ରାଜ୍ୟର ଅନ୍ୟ ପ୍ରମୁଖ ଶୈବ ପୀଠ ପୁରୀର ଲୋକନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଭଦ୍ରକର ଆଖଣ୍ଡଳମଣି ମନ୍ଦିର , କଟକର ଧବଳେଶ୍ବର ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଜାଗର ପାଳନ କରାଯିବ। । ଶ୍ରୀଲୋକନାଥଙ୍କ ମହାଦୀପ ଭୋର ୪ଟାରେ ଉଠିବ । ଏଥିସହିତ ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା ହୋଇଛି। କପିଳାସ ପୀଠରେ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଙ୍କୁ ପ୍ରବେଶ ବାରଣ କରାଯାଇଛି । ସେହିପରି ପ୍ରମୁଖ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଯାଇଛି।