ଅର୍ଚ୍ଚନାଙ୍କ ଚେତାବନୀ : ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ

ଅର୍ଚ୍ଚନାଙ୍କ ଚେତାବନୀ : ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ

 ଅର୍ଚ୍ଚନାଙ୍କ ଚେତାବନୀ : ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ

ଭୁବନେଶ୍ୱର: ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ନିଜ ପାଟିରୁ ଏବେ ବିଷ ଓଗାଳିବା ଆରମ୍ଭ କରିଛନ୍ତି । ଇଡି ଆଜି ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିବାବେଳେ  ଅର୍ଚ୍ଚନା ଏକ ବଡ଼ ବୟାନ  ଦେଇଛନ୍ତି । ଇଡି ତାଙ୍କୁ ଆଜି ଝାରପଡ଼ାରୁ ମେଡିକାଲ ଟେଷ୍ଟ  ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବାବେଳେ ସେଠାରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । 

ସେ କହିଛନ୍ତି ଯେ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ।  ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ ଦରକାର ବୋଲି ଅର୍ଚ୍ଚନା ନାଗ କହିଛନ୍ତି । ତେବେ ଏହି ମାମଲାରେ ବଡ଼ ବଡ଼ ନେତା ସାମିଲ ଥିବା କୁହାଯାଉଥିବାବେଳେ ଅର୍ଚ୍ଚନା ସେମାନଙ୍କ ନାମ କହିବେ ବୋଲି ଚର୍ଚ୍ଚା ହେଉଛି । 

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜି ରିମାଣ୍ଡରେ ନେଇଛି ଇଡି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜଣେ ଇଡି ଅଧିକାରୀ ଝାରପଡ଼ା ଜେଲ୍‌ରେ ପହଞ୍ଚି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ନିମନ୍ତେ କାଗଜପତ୍ର ଦେଖାଇଥିଲେ। ଏହାପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଝାରପଡ଼ା ଜେଲ୍‌ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡ଼ା ଜେଲ୍‌ରୁ ବାହାର କରି ପୁଲିସ୍‌ ଭ୍ୟାନ୍‌ରେ ବସା ଯାଇଥିଲା। ସେଠାରୁ ସିଧାସଳଖ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଅପେକ୍ଷାରତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା ଇଡି ଆଗରେ ସବୁ ସତ କହିବେ ବୋଲି କହିଛନ୍ତି।