ଅନେକ ବିଦ୍ୟାଳୟ ବହୁ ପିଲାଙ୍କୁ ଅତ୍ୟଧିକ ନମ୍ବର ଦେଇଥିବା ନଜରକୁ ଆସିଛି : ବୋଡର଼୍

ଅନେକ ବିଦ୍ୟାଳୟ ବହୁ ପିଲାଙ୍କୁ ଅତ୍ୟଧିକ ନମ୍ବର ଦେଇଥିବା ନଜରକୁ ଆସିଛି : ବୋଡର଼୍

 ଅନେକ ବିଦ୍ୟାଳୟ ବହୁ ପିଲାଙ୍କୁ ଅତ୍ୟଧିକ ନମ୍ବର ଦେଇଥିବା ନଜରକୁ ଆସିଛି : ବୋଡର଼୍

ଭୁବନେଶ୍ୱର : ରାଜ୍ୟର ଅନେକ ବିଦ୍ୟାଳୟ ବହୁ ପିଲାଙ୍କୁ ଅତ୍ୟଧିକ ନମ୍ବର ଦେଇଥିବା ନଜରକୁ ଆସିଛି  । ଗୋଟିଏ ସ୍କୁଲରେ ଗତ ୪ ବର୍ଷ ମଧ୍ୟରେ ହାରହାରି ଏ ୧ରେ ୧୮ ପିଲା ଆସିଥିବାବେଳେ ଏବର୍ଷ ସେହି ବିଦ୍ୟାଳୟରେ ୧୨୮ ପିଲାଙ୍କୁ ଏ୧ ମାର୍କ ଦିଆଯାଇଛି  । ଯେଉଁଥିପାଇଁ  କେତେକ ସ୍କୁଲରେ ମାର୍କକୁ କମାଯାଇଥିଲା ବୋଲି ବୋଡର଼୍ ପକ୍ଷରୁ ସ୍ପଷ୍ଟ କରାଯାଇଛି  । ବୋଡର଼୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛିଯେ, ଗୋଟିଏ ସ୍କୁଲରେ ଚଳିତ ବର୍ଷ ୪୫୭ ପିଲା ଦଶମରେ ପଢ଼ୁଥିଲେ । ଏତେ ସଂଖ୍ୟକ ପିଲା କିଭଳି ପଢ଼ୁଥିଲେ ତାହାକୁ ନେଇ ବି ଅନୁଧ୍ୟାନ କରାଯାଉଛି  । ତେବେ ସେହି ସ୍କୁଲର ଗତ ୪ ବର୍ଷର ଫଳାଫଳ ଯାହା, ଚଳିତ ବର୍ଷ ମାର୍କ କିନ୍ତୁ ବହୁ ଅଧିକ ସ୍କୁଲ ପକ୍ଷରୁ ଅପଲୋଡ଼ କରାଯାଇଥିଲା  । ୪ ବର୍ଷ ମଧ୍ୟରେ ସେହି ସ୍କୁଲରେ ସର୍ବାଧିକ ଏ ୧ରେ ୧୭ ପିଲା, ଏ୨ରେ ୬୫, ବି୧ରେ ୯୬ ଓ ବି୨ରେ ୧୦୨ ପାଶ କରିଥିଲେ  । କିନ୍ତୁ ଚଳିତ ବର୍ଷ ଚକିତ କରିବା ଭଳି ପରୀକ୍ଷା ଫଳ ସ୍କୁଲ ପକ୍ଷରୁ ଅପଲୋଡ଼ କରାଯାଇଥିଲା  । ଚଳିତ ବର୍ଷ ଉକ୍ତ ସ୍କୁଲରେ ଏ୧ ୧୨୮, ଏ୨ ୧୭୬, ବି୧ ୧୧୮ ପାଇଥିବା ଦର୍ଶାଯାଇଥିଲା  । ଯାହାକି ଭୁଲ ବୋଲି ବୋଡର଼୍ ଅନୁଧ୍ୟାନ କରିଥିଲା  । ତେଣୁ ଚାରିବର୍ଷର ଫଳାଫଳକୁ ଆଧାରରେ ରଖି ମାର୍କ ପ୍ରକାଶ କରାଯାଇଛି  ।