ଲାଲବାହିନୀ ପୋଷ୍ଟର, ଗଞ୍ଜେଇ ଚାଷ କରିବାକୁ ଆହ୍ଵାନ

ଲାଲବାହିନୀ ପୋଷ୍ଟର, ଗଞ୍ଜେଇ ଚାଷ କରିବାକୁ ଆହ୍ଵାନ

ବୌଦ୍ଧ :  ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପାଣ୍ଡିରିପଡ଼ା ଛକ ନିକଟରେ ଥିବା ଚପଲ ଦୋକାନ କାନ୍ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର। କେକେବିଏନ ଡିଭିଜନାଲ କମିଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ନିଜ ଜାଗାରେ ନିଜେ ଗଞ୍ଜେଇ ଚାଷ କରିବାକୁ ଏହି ପୋଷ୍ଟରରେ ଆହ୍ଵାନ କରାଯାଇଛି।

ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ପୋଲିସ ପ୍ରଶାସନର ସହାୟତା ଓ ଗଞ୍ଜେଇ ମାଫିଆଙ୍କ ଅର୍ଥରେ ବାହାରୁ ଆସି ଜଙ୍ଗଲ ଧ୍ଵଂସ ଓ ପରିବେଶ ପ୍ରଦୂଷଣ କରୁଥିବା ବ୍ୟକ୍ତିଙ୍କୁ ଗଞ୍ଜେଇ ଚାଷ ପାଇଁ ଜାଗା ଦିଅନ୍ତୁ ନାହିଁ। ସରକାର, ପ୍ରଶାସନ, ପୋଲିସ ବିଭାଗ ସହାୟତାରେ ଗଞ୍ଜେଇ ମାଫିଆମାନଙ୍କ ଦ୍ଵାରା ଏକର ଏକର ଗଞ୍ଜେଇ ଚାଷ ବନ୍ଦ କରାଯାଉ। ଜଣେ ଗଞ୍ଜେଇ ଚାଷୀ ୨୦୦ ଗାତରୁ ଅଧିକ ଚାଷ କରିପାରିବ ନାହିଁ। ଗଞ୍ଜେଇ ଚାଷୀ ନାମରେ ପୋଲିସର ଖବର ଦାତା କାମ ବନ୍ଦ କର। ଗଞ୍ଜେଇ ଚାଷ ପାଇଁ ଜାଗା ଦେବା ବ୍ୟକ୍ତି ଠାରୁ ଫାଇନ୍ ଆଦାୟ କରନ୍ତୁ। ଏବଂ ଫାଇନ୍ ନେଇ ଗଞ୍ଜେଇ ଧ୍ଵଂସ କରୁଥିବା ପୋଲିସକୁ ହତ୍ୟା କରିବାକୁ ଏହି ପୋଷ୍ଟରରେ ଆହ୍ଵାନ କରାଯାଇଛି।