ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ

ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ

 ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ

ଆମର ଜୀବନ ଏହି କଥା ଉପରେ ନିର୍ଭର କରିଥାଏ ଯେ, ଆମେ କ’ଣ ଖାଉଛୁ ଓ କିଭଳି ଜୀବନଶୈଳି ବିତାଉଛୁ? ଅଜଣାତରେ ବହୁତ ଗୁଡିଏ ଏଭଳି ଖାଦ୍ୟ ରହିଛି, ଯାହାକୁ ଆପଣ ଖାଇବା ଉଚିତ ନୁହେଁ, କାରଣ ଏହାକୁ ଖାଇବା ଫଳରେ ଶରୀରର ଅଧିକ କ୍ଷତି ହୋଇଥାଏ ଓ ବ୍ୟକ୍ତି ଧୀରେ ଧୀରେ ମୃତ୍ୟୁର ନିକଟତର ହୋଇଯାଏ।

-ସୋଡା ପିଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏହାକୁ ତିଆରି କରିବା ପାଇଁ କାର୍ବୋନେଟେଡ୍‌ ଓ୍ବାଟର ଓ ସ୍ବିଟନେସ୍‌ ବ୍ୟବହାର କରାଯାଇଥାଏ। ସୋଡାରେ ଅନେକ ଗୁଡିକ ଅବାଞ୍ଛିତ ମିଠା ରହିଥାଏ, ଯାହାକି ଆପଣଙ୍କ ଶରୀରରେ ଫ୍ୟାଟ୍‌ ଷ୍ଟୋର କରି ରଖିଥାଏ।

-ମହୁଫେଣାରୁ ତୁରନ୍ତ ବାହାରିଥିବା ମହୁ ମଧ୍ୟ ଖୁବ୍ କ୍ଷତିକାରକ। କାରଣ ଫାଶ୍ଚରାଇଜେସନ୍ ପ୍ରୋସେସ୍‌ ହୋଇନଥାଏ, ଯେଉଁ କାରଣରୁ ଅନେକ ଗୁଡିଏ କ୍ଷତିକାରକ ବିଷାକ୍ତ ଜିନିଷ ରହିଥାଏ। ଯାହାକୁ ଖାଇବା ଫଳରେ ଦୁର୍ବଳ ଲାଗିବା ଭଳି ସମସ୍ୟା ହୋଇପାରେ।

-ପ୍ରେଞ୍ଚ ଫ୍ରାଏଡ୍‌ ଖାଇବା ବହୁତ ଲୋକଙ୍କୁ ଖୁବ୍ ପସନ୍ଦ। କିନ୍ତୁ ଖାଇବା ଫଳରେ ଦେହ ପାଇଁ ଖୁବ୍ କ୍ଷତିକାରକ ହୋଇପାରେ। ଏହି ଜଙ୍କ ଫୁଡ୍‌ ଟ୍ରାନ୍ସ ଫ୍ୟାଟ୍‌ରେ ପରିପୂର୍ଣ୍ଣ ରହିଥାଏ।

-ପ୍ରୋସେସଡ ମିଟ୍‌କୁ ଖୁବ୍ ପସନ୍ଦ କରାଯାଉଛି ଓ ଅନେକ ଲୋକ ଏହାର ସେବନ ମଧ୍ୟ କରନ୍ତି। ଏହାକୁ ଖାଇବା ଫଳରେ ହାଇ ବ୍ଲଡ ପ୍ରେସର ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ।