ବିହାର ମହାମେଂଟର ଆସନ ବୁଝାମଣା ଚୂଡାନ୍ତ
ବିହାର ମହାମେଂଟର ଆସନ ବୁଝାମଣା ଚୂଡାନ୍ତ
admin
Mar 30, 2019 - 06:37
Updated: Mar 30, 2019 - 06:37
ପାଟଣା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଶୁକ୍ରବାର ବିହାରରେ ମହାମେଂଟ ପାଇଁ ଆସନ ବୁଝାମଣା ଘୋଷଣା କରିଛନ୍ତି । ରାଜ୍ୟର ୪୦ ଲୋକସଭା ଆସନ ମଧ୍ୟରୁ ଆରଜେଡି ୧୯, କଂଗ୍ରେସ ୯, ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ଦଳ (ଆରଏଲଏସ୍ପି)୫ଟି, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (ସେକ୍ୟୁଲାର)ଓ ବିକାଶୀଳ ଇନସାନ ପାର୍ଟି ତିନୋଟି ଲେଖାଏଁ ଏବଂ ସିପିଆଇଏମଏଲ ଗୋଟିଏ ଆସନରେ ପ୍ରାର୍ଥୀ ଦେବ । ଆସନ ବୁଝାମଣାକୁ ନେଇ କିଛିଟା ବିବାଦ ରହିଥିବା ସୂଚନା ମିଳିଥିବା ବେଳେ ଏହି ମହାମେଂଟ ଅତୁଟ ବୋଲି ଆରଜେଟି କହିଛି । ଭାଗଲପୁର, ବାଙ୍କା, ମଧ୍ୟପୁରା ଓ ଦରଭଙ୍ଗା ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ଆରଜେଡି ପ୍ରାର୍ଥୀ ଦେବ । ଦଳୀୟ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ତେଜସ୍ୱୀଙ୍କ ଭଉଣୀ ମିଶା ଭାରତୀ ପାଟଳିପୁତ୍ର ଲଡିବେ । ଜେଡିୟୁର ପୂର୍ବତନ ନେତା ଶରତ ଯାଦବ ମାଧେପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଲାଲୁଙ୍କ ବଡ ପୁଅ ତେଜସ୍ୱୀଙ୍କ ଶଶୁର ଚନ୍ଦ୍ରିକା ରାଏଙ୍କୁ ସରନ ଆସନରୁ ଲଢିବା ପାଇଁ ଆରଜେଡି ଟିକଟ ମିଳିଛି । ଏପ୍ରିଲ ୧୧ରୁ ୨୩ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସମସ୍ତ ପର୍ଯ୍ୟାୟରେ ରାଜ୍ୟରେ ଭୋଟ ସଂଗ୍ରହ କରାଯିବ ।