ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ହତ୍ୟା

ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ହତ୍ୟା

 ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ହତ୍ୟା


ବଲାଙ୍ଗିର: ବଲାଙ୍ଗିର ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା। ବଲାଙ୍ଗିର ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ୟ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡିଛି ମହିଳା ପୌର କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ନିକଟରେ ଏକ ସାଇକେଲ ମଧ୍ୟ ପଡିରହିଛି। ମୃତ ମହିଳାଙ୍କ ପରିଚୟ ଅଷ୍ଟମୀ ବକୁଲ ବୋଲି ଜଣାପଡିଛି। ତାଙ୍କ ବୟସ ୪୦ ବର୍ଷ।

ପୌର ସଂସ୍ଥାର ମଇଳା ଉଠା ଗାଡି ଚଲାଉଥିଲେ ଅଷ୍ଟମୀ ଗତକାଲି ସଂଧ୍ୟା ୬ଟାରୁ ନିଖୋଜ ଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ ସେ ଗତକାଲି ସନ୍ଧ୍ୟାରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଖରେ ସେ  ଗାଡି ରଖିଥିଲେ। ଏହାପରେ ସେଠାରୁ ସେ ଚାଲିଯାଇଥିବା ଦେଖିବାକୁ ମିଳିଛି। ତେବେ ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାରେ କାମ କରିବାକୁ ମ୍ୟୁନିସିପାଲଟି ବାଧ୍ୟ କରୁଥିବା ପୌରସଂସ୍ଥାର ଅନ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ଟାଉନ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।