ପୂରା ବିଶ୍ୱକୁ ଟିକାକରଣ ନେଇ ଆଦର ପୁନାୱାଲା ଏହା କହିଲେ, ଜାଣନ୍ତୁ କଣ କହିଲେ

ପୂରା ବିଶ୍ୱକୁ ଟିକାକରଣ ନେଇ ଆଦର ପୁନାୱାଲା ଏହା କହିଲେ, ଜାଣନ୍ତୁ କଣ କହିଲେ

 ପୂରା ବିଶ୍ୱକୁ ଟିକାକରଣ ନେଇ ଆଦର ପୁନାୱାଲା ଏହା କହିଲେ, ଜାଣନ୍ତୁ କଣ କହିଲେ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ ଇନଷ୍ଟିଚୁ୍ୟଟର ସିଇଓ ଆଦର ପୁନାୱାଲା ଏକ ବିବୃତି ଜାରି କରି କହିଛନ୍ତି ଯେ ଭାରତ ଭଳି ବିଶାଳ ରାଷ୍ଟ୍ରରେ ସମସ୍ତଙ୍କ ଟିକାକରଣ ୨-୩ ମାସରେ ହୋଇପାରିବ ନାହିଁ । ପୂରା ବିଶ୍ୱରେ ସମସ୍ତଙ୍କୁ ଟିକା ଦେବାପାଇଁ ୨-୩ ବର୍ଷ ଲାଗିଯିବ । ଭାରତ ସରକାର ଟିକା ଉତ୍ପାଦନର ପ୍ରାଥମିକ ପର୍ଯ୍ୟାୟରେ ଜାନୁଆରିରେ ସଙ୍କଟରେ ଥିବା ଦେଶମାନଙ୍କୁ ଟିକା ଯୋଗାଇ ଯଥାର୍ଥ ପଦକ୍ଷେପ ନେଇଥିଲେ ବୋଲି ପୁନାୱାଲା କହିଛନ୍ତି । ସେତେବେଳେ ଆମ ଦେଶରେ ସଂକ୍ରମଣ କମ ଥିଲା ଏବଂ ଅନ୍ୟ ଯେଉଁ ରାଷ୍ଟ୍ରରେ ଗୁରୁତର ସଙ୍କଟ ଥିଲା ସେଠାରେ ଭାରତ ଟିକା ପହଞ୍ଚାଇ ଲୋକଙ୍କ ଜୀବନ ରକ୍ଷା କରିଥିଲା । ଭାରତର ଏଭଳି ନୀତି ପାଇଁ ହିଁ ଆମକୁ ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତ ବିଭିନ୍ନ ସହାୟତା ବିଦେଶରୁ ଉପଲବ୍ଧ ହୋଇପାରୁଛି ବୋଲି ପୁନାୱାଲା କହିଛନ୍ତି ।